BREAKING
Loading...
:

ଥାନା କର୍ମଚାରୀଙ୍କୁ ଗୁରୁମନ୍ତ୍ର ଦେଲେ ଥାନା ଅଧିକାରୀ

 ଥାନା କର୍ମଚାରୀଙ୍କୁ ଗୁରୁମନ୍ତ୍ର ଦେଲେ ଥାନା ଅଧିକାରୀ 

ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲାର ପ୍ରତ୍ୟେକ ଥାନାରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଥାନାରେ କାର୍ଯ୍ୟରତ ଅଫିସର ଏବଂ କନଷ୍ଟେବଳ ମାନଙ୍କୁ ତାଙ୍କର ଦାୟିତ୍ୱ ଏବଂ କର୍ତବ୍ୟ ସଠିକ ଭାବରେ ନିର୍ବାହ କରିବାପାଇଁ ସଚେତନ କରିଥିବା ଜଣାପଡିଛି । ପୋଲିସ୍ ଷ୍ଟେସନ ପରିଦର୍ଶନ କରୁଥିବା ସାଧାରଣ ଲୋକଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ଏବଂ ଓଡ଼ିଶା ପୋଲିସର ସେବା ଓ ସୁରକ୍ଷାର ଆଭିମୁଖ୍ୟକୁ ସମର୍ଥନ କରିବାକୁ ସେମାନଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଥାନା ଏସଆଇ ମିହିର ରଞ୍ଜନ ମିଶ୍ର, ଏଏସଆଇ ମନୋରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ କନେଷ୍ଟବଳ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS