ଦଶପଲ୍ଲା , କେବେ ପାଇବ ସବ୍ ଡିଭିଜନ ମାନ୍ୟତା ?
ଦଶପଲ୍ଲା : - (ମଣିଭଦ୍ରା ଖବର) ପୁଣି ମୁଣ୍ଡ ଟେକିବାକୁ ଯାଉଛି, ଦଶପଲ୍ଲା ସବ୍ - ଡିଭିଜନ ପ୍ରସଂଗ । ଦଶପଲ୍ଲା ବାସୀକଂ ବାରମ୍ବାର ଦାବି ସତ୍ବେ ମଧ୍ୟ ରାଜନୈତିକ ଇଛାଶକ୍ତି ଅଭାବରୁ ,ଦଶପଲ୍ଲାକୁ ସବ୍ ଡିଭିଜନର ମାନ୍ୟତା ମିଳିପାରୁନଥିବା ଅଭିଯୋଗ କରିଛନ୍ତି ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ । ଦଶପଲ୍ଲା କୁ ସବ୍ - ଡିଭିଜନ୍ ମାନ୍ୟତା ଦେବାନେଇ ସରକାରୀ ସ୍ତରରେ ଟାଳଟୁଳ ନିତି ଅବଲମ୍ବନ କରାଯାଉନଥିବାରୁ , ସାଧାରଣ ଲୋକଙ୍କ ମଧ୍ୟରେ ଏକ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ସୂଚନା ମିଳୁଛି । ଦଶପଲ୍ଲା ସବ୍ ଡିଭିଜନର ମାନ୍ୟତା ପାଇବାପାଇଁ, ସମସ୍ତ ସରକାରୀ ନିୟମ କୁ ପରିପୁରଣ କରୁଥିଲେ ମଧ୍ୟ , ଏହାକୁ ସରକାରୀ ଭାବେ ମାନ୍ୟତା ଦେବାକୁ ଅସୁବିଧା କେଉଁଠି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଚି ।ଏଠାରେ ଜାତୀୟ ରାଜପଥ କାର୍ଯ୍ୟାଳୟ,।କୃଷିବିଭାଗର ଉପଖଣ୍ଡ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ,ବିଚାର ବିଭାଗୀୟ ଅଦାଲତ,ମହନଦୀ ବଣ୍ୟପ୍ରାଣୀ ବନାଞ୍ଚଳ,ପୂର୍ତ୍ତ ଓ
ଗୃହ ନିର୍ମାଣ, ମୃତ୍ତିକାସଂରକ୍ଷଣ, ବୃତ୍ତଙ୍ଗଜଳ ସେଚନ,ଗ୍ରାମ୍ୟ
ଜଳଯୋଗାଣ ଓ ପରିମଳ, ବିଦ୍ୟୁତ୍ ବିଭାଗ,ବନ ଉନ୍ନୟନ
ନିଗମ, ପ୍ରାଣୀ ଚିକିତ୍ସାଳୟ ଆଦି ବହୁ ବିଭାଗର ଉପଖଣ୍ଡ
ସ୍ତରୀୟ କାର୍ଯ୍ୟାଳୟ ଅଛି। ମାତ୍ର ଉପ ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟ ସମେତ ଅଳ୍ପ କେତୋଟି କାର୍ଯ୍ୟାଳୟ ଖୋଲିଦେଲେ
ଏହା ସବ୍ ଡିଭିଜନ ପାଇଁ ଉପଯୁକ୍ତ ହୋଇଯିବ। ରାଜ୍ୟ
ସରକାର , ସାଧାରଣ ନିର୍ବାଚନ ପୂର୍ବରୁ ଏ ବିଷୟରେ ଗୁରୁତ୍ବର
ସହ ବିଚାର କରିବା ଉଚିତ୍ ବୋଲି ଦଶପଲ୍ଲାର ବହୁ ବୁଦ୍ଧିଜୀବୀ ଦ ଆଶା କରିଛନ୍ତି ।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା
إرسال تعليق