BREAKING
Loading...
:

ଅସହାୟ ଦିବ୍ୟାଙ୍ଗ ସୁଶାନ୍ତ,ନା ଅଛି ଘର ନା ଅଛି ରାସନ କାର୍ଡ

 ଅସହାୟ ଦିବ୍ୟାଙ୍ଗ ସୁଶାନ୍ତ,ନା ଅଛି ଘର ନା ଅଛି ରାସନ କାର୍ଡ 

ନୂଆଗାଁ (ମଣିଭଦ୍ରା ଖବର) ଯୋଜନା ପରେ ଯୋଜନା କରି ଚାଲିଛନ୍ତି ସରକାର । କିନ୍ତୁ ଯୋଜନାର ସୁଫଳ ରୂପାୟନ ହୋଇପାରୁନାହିଁ । ଜନ୍ମରୁ ଦିବ୍ୟାଙ୍ଗ । ନା ଅଛି ଘର ନା ଅଛି ରାସନ୍ କାର୍ଡ ।  ତେବେ ସରକାରୀ  ଯୋଜନା କାହାପାଇଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି  ନୂଆଗାଁ ପଞ୍ଚାୟତର ଦୋଳମୁଣ୍ଡାଇ ଗ୍ରାମରେ  । 

ଗ୍ରାମର ଶୁସାନ୍ତ ନାୟକ ଜନ୍ମ ରୁ ଦିବ୍ୟାଙ୍ଗ ।  ନା ଅଛି ଘର ନା ଅଛି ରାସନ୍ କାର୍ଡ ‌ । ସାହାରା କହିଲେ କେବଳ ୭୦୦ ଟଙ୍କା ଭତ୍ତା  । ଏକା ରହିବ କେଉଁଠି। ଖାଇବ କ'ଣ  ବଞ୍ଚିବ କେମିତି ଏଭଳି ଅନେକ ସମସ୍ୟା ଭୋଗୁଛନ୍ତି। ଦିବ୍ୟାଙ୍ଗ ଶୁସାନ୍ତ ନାୟକ  କହିଛନ୍ତି ଯେ ମୋ ଉପରେ ସରକାରଙ୍କ ଦୃଷ୍ଟି ପଡୁନାହିଁ। କେବେ ସୁଧାର ଆସିବ ଖାଦ୍ୟ ଓ ବାସ ଗୃହର । ସରକାରଙ୍କ ଦୃଷ୍ଟି କେବେ ପଡିବ  ଦିବ୍ୟାଙ୍ଗ ଶୁସାନ୍ତ ନାୟକଙ୍କ ଉପରେ ଏହା ଦେଖିବାକୁ ବାକି ରହିଲା।

ଆକାଶ କୁମାର ନାୟକ, ନୂଆଗାଁ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS