ଉପାଧ୍ୟକ୍ଷାଙ୍କୁ ଅବହେଳା କାରଣରୁ ଧାରଣାରେ ବସିବେ
ଭୂବନେଶ୍ବର (ମଣିଭଦ୍ରା ଖବର) ନିର୍ବାଚନରେ ବିଜେଡି ପରାଜୟ ପରେ ଦିଗପହଣ୍ଡି ବ୍ଳକ୍ ଅଫିସ୍ ରେ ବିଜେଡି ସମର୍ଥିତ ଭାଇସ୍ ଚେୟାର ମେନ୍ ଙ୍କୁ ଅବହେଳା କରିବା ସହିତ ତାଙ୍କ କାର୍ଯ୍ୟାଳୟଙ୍କୁ ଜାଣିଶୁଣି ଅବହେଳା କରିବା ସହିତ ଏସି ଏବଂ ଲାଈଟ, ଫ୍ୟାନ କନେକସନ କଟାଯାଇଛି । ଭାଇସ୍ ଚେୟାର ମେନ୍ ଜଣେ ମହିଳା ହେଲେ ମଧ୍ୟ କାର୍ଯ୍ୟାଳୟ ମଧ୍ୟରେ ଥିବା ଶୈଚାଳୟରେ ଥିବା ପାଣି ଓ ବିଜୁଳିକୁ ଆକ୍ରୋଶ ଭାବେ ବନ୍ଦ କରିଚନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଓ ବିଡ଼ିଓ ମହୋଦୟଙ୍କୁ ବହୁ ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଲିପାରି ନାହିଁ। ଯଦି ଏହାର ତୁରନ୍ତ ଆସୁ ସମାଧାନ ନ ହେଲେ ଉପାଧ୍ୟକ୍ଷ ସମତେ ସମର୍ଥିକ ଜନପ୍ରତିନିଧି ମାନେ ଧାରଣାରେ ବସିବା ନେଇ ସୂଚନା ମିଳିଛି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق