BREAKING
Loading...
:

ଖଣ୍ଡପଡ଼ା ମାଟିକୁ ବିଶ୍ଵ ବିଦିତ କଲେ ଆଉ ଜଣେ ଓଡ଼ିଆ ପୁଅ,ବିଶ୍ଵର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଖଣ୍ଡପଡ଼ା ମାଟିର ପୁଅ ପ୍ରଦ୍ୟୁମ୍ନ

 ଖଣ୍ଡପଡ଼ା ମାଟିକୁ ବିଶ୍ଵ ବିଦିତ କଲେ ଆଉ ଜଣେ ଓଡ଼ିଆ ପୁଅ,ବିଶ୍ଵର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଖଣ୍ଡପଡ଼ା ମାଟିର ପୁଅ ପ୍ରଦ୍ୟୁମ୍ନ 

ଖଣ୍ଡପଡ଼ା ( ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଳକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ଅଧୀନ କୁହାରା ଗ୍ରାମର ଦାମୋଦର ସାହୁଙ୍କ ପୁଅ ତଥା ବୈଜ୍ଞାନିକ ଡ. ପ୍ରଦ୍ୟୁମ୍ନ କୁମାର ସାହୁ ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକ ଭାବେ ବିବେଚିତ ହୋଇଛନ୍ତି । ଆମେରିକାର ଏକ ଗବେଷଣା ସଂସ୍ଥା ପକ୍ଷରୁ ସର୍ବେକ୍ଷଣ କରାଯାଇ ବିଶ୍ବର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପ୍ରଦ୍ୟୁମ୍ନଙ୍କ ନାମ ସ୍ଥାନିତ ହେବା ପରେ ସମଗ୍ର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳିଯାଇଛି । ଶ୍ରୀ ସାହୁ ଲଗାତାର ୫ ବର୍ଷ ଧରି ଏହି ବିରଳ ସମ୍ମାନର ଅଧିକାରୀ ହୋଇପାରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବୈଜ୍ଞାନିକ ଶ୍ରୀ ସାହୁ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ପ୍ରଦ୍ୟୁମ୍ନ ଆଜି ଖଣ୍ଡପଡ଼ା ମାଟିର ଗର୍ବ ଓ ଗୌରବ ପାଲଟିଥିବାରୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS