ବିଚାରଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ
ଭୂବନେଶ୍ବର(ମଣିଭଦ୍ରା ଖବର) ଛତ୍ରପୁର ଜେଲ୍ ରେ ଜଣେ ବିଚାରାଧୀନ ବନ୍ଦୀ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଏକ ଧାରୁଆ କାଚ ରେ ନିଜର ବେକ କୁ କାଟି ଦେଇଥିବା ଜଣା ପଡ଼ିଛି। ଆହତଙ୍କୁ ଛତ୍ରପୁର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା । ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ମେଡ଼ିକାଲରେ ଚିକିତ୍ସା ଚାଲିଥିବା ବେଳେ ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିପାରିବ ବୋଲି ଆଲୋଚନା ହେଉଛି । ତେବେ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଜେଲ୍ କତୃପକ୍ଷ କ'ଣ କରୁଥିଲେ ବୋଲି ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment