ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ, ଚାଲିଛି ବ୍ଳକ ପରିସର ସଫେଇ
ଗଣିଆ--(ମଣିଭଦ୍ରା ଖବର) "ଦୀପ ତଳ ଅନ୍ଧାର, ବ୍ଳକ ସମ୍ମୁଖ ପାଚେରୀ ପାଲଟିଛି ଜଙ୍ଗଲ" ଶୀର୍ଷକ ଖବର ଗତ ୨୪ ତାରିଖ ମଙ୍ଗଳବାର ପ୍ରଥମେ "ମଣିଭଦ୍ରା ଖବର"ରେ ପ୍ରକାଶ ପାଇବା ପରେ ବ୍ଳକ ପ୍ରଶାସନର ଚେତା ପଶିଥିବା ଜଣାପଡିଛି । ପ୍ରଶାସନ ତରଫରୁ ବ୍ଳକ ସମ୍ମୁଖ ପାଚେରୀ ପରିସରକୁ ସଫା ସୁତୁରା କାର୍ଯ୍ୟ ଚାଲୁ ରହିଛି । ତାର ଜାଲିରୁ ଲଟା ପରିସ୍କାର କରିବା ସହିତ ଜାଲି ଭିତରେ ଲାଗିଥିବା ଫୁଲ ଗଛ ଚାରିପଟ ଆବର୍ଜ୍ଜନାକୁ ହଟାଇ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ସାରା ଭାରତରେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖକୁ ସ୍ବଛତା ପକ୍ଷ ଘୋଷଣା କରାଯାଇଥିବା ବେଳେ ସ୍ବଛତା କାର୍ଯ୍ୟକ୍ରମ ଚାଲୁ ରହିଛି । ତେବେ ଗଣିଆ ବ୍ଳକ ସମ୍ମୁଖ ପାଚେରୀ ଦୀର୍ଘ ଦିନ ହେବ ଜଙ୍ଗଲରେ ପରିଣତ ହୋଇଥିବା ବେଳେ ଏହାର ସ୍ବଛତା ପ୍ରତି କେହି ବି ଚେଷ୍ଟା କରୁନଥିଲେ । ତେବେ ଗତ ମଙ୍ଗଳବାର ମଣିଭଦ୍ରା ଖବରରେ ଏ ନେଇ ଖବର ପ୍ରକାଶ ହେବା ପରେ ଚଳଚଞ୍ଚଳ ହୋଇପଡିଥିଲା ପ୍ରଶାସନ । ତେବେ ସେଠାରେ ପୂର୍ବ ଭଳି ବିଭିନ୍ନ ଫୁଲଗଛ ଲଗାଇବା ସହିତ ଲାଗିଥିବା ଲାଇଟ୍ ଗୁଡ଼ିକୁ ପୁନର୍ବାର ଲଗାଇଲେ ତାର ସୈନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପୋଷଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق