ଜେଲ୍ଗଲେ ବାଇକ୍ ଚୋରିର ରାକେଟ୍ ର କିଂଗ୍ ଓ କୁଇନ୍ ।
ଦଶପଲ୍ଲା (ମଣିଭଦ୍ରା ଖବର) ବହୁ ଚର୍ଚ୍ଚିତ ଦଶପଲ୍ଲା ବାଇକ୍ ଚୋରି ରାକେଟ୍ ର ମୁଖ୍ୟ କାର୍ପଟଦାର ଥିବା ସ୍ଥାନୀୟ ହରିଡ଼ାବାଡ଼ି ଗ୍ରାମର ଅଜୟ ନାୟକ ଓ ପତ୍ନୀ ପ୍ରିୟଙ୍କା ନାୟକକୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଅଦାଲତକୁ ପଠାଇଦିଆଯାଇଛି । ବିଶେଷକରି ଏହି ବାଇକ୍ ଚୋରିରେ ଅଜୟ ମାଷ୍ଟରମାଇଣ୍ଡ ଥିବାବେଳେ ବିଭିନ୍ନ ସ୍ଥାନରେ ପତ୍ନୀ ପ୍ରିୟଙ୍କା ପହଞ୍ଚି ସାହାଯ୍ୟ କରୁଥିଲା। ପୁନଶ୍ଚ ବିଭିନ୍ନ ସିସି କ୍ୟାମେରା ଫୁଟେଜ୍ରୁ ପୁଲିସ ପ୍ରିୟଙ୍କାର ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ପୂର୍ବରୁ ଏହି ଘଟଣାରେ ପୁଲିସ ନେଳିଗୁଡ଼ା ଗ୍ରାମର ଦିଲୀପ ପ୍ରଧାନ ଏବଂ ରଙ୍ଗମାଟିଆ ଗ୍ରାମର ତପନ ଖମାରୀକୁ ଗିରଫ କରିବା ସହ ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ଚୋରା ବାଇକ୍ ଜବତ୍ କରିଛି ।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା ମଣିଭଦ୍ରା ଖବର
إرسال تعليق