BREAKING
Loading...
:

ଦାଶିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

 ଦାଶିଆ ଅଜାଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକ ପାଳିତ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ଜଗନ୍ନାଥ ପ୍ରଧାନ ସିଂହ ସରକାରୀ ଉପ୍ରା ବିଦ୍ୟାଳୟ କରଡାପଡା ଠାରେ ପାଠାଗାର ଆନ୍ଦୋଳନର ପ୍ରମୁଖ ପୁରୋଧା ଦାଶରଥି ପଟ୍ଟନାୟକ(ଦାଶିଆ ଅଜା)ଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନିଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦାସିଆ ଅଜାଙ୍କ ଫଟୋଚିତ୍ରରେ ଧୁପ ପୁଷ୍ପ ଅର୍ପଣ କରି ପୂଜ୍ୟପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ମାନେ ଦାଶିଆ ଅଜାଙ୍କ ଗୁଣଗାନ କରିବା ସହିତ ତାଙ୍କର ଜୀବନୀ ଏବଂ ପାଠାଗାର ସ୍ଥାପନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଉଦୟପୁରରେ ଥିବା ପାଠାଗାର ଯାହାକି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି ତାର ସମସ୍ତ ଶ୍ରେୟ ଦାଶିଆ ଅଜାଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ।  ଛାତ୍ର ଛାତ୍ରୀ ମାନେ ଏହି ପାଠାଗାର ପରିଦର୍ଶନ କରି ଅଧିକ ଜ୍ଞାନ ଆହରଣ କରିବାକୁ ଅତିଥି ମାନେ ଜଣାଇଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS