BREAKING
Loading...
:

ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ ଘଟଣାର ନେଲା ନୁଆ ମୋଡ଼,ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ପ୍ରଦୀପ୍ତ

 ଅଙ୍ଗନବାଡି ଦିଦିଙ୍କୁ ଆକ୍ରମଣ ଘଟଣାର ନେଲା ନୁଆ ମୋଡ଼,ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଲେ ପ୍ରଦୀପ୍ତ

କଟକ(ମଣିଭଦ୍ରା ଖବର) ଗତ ମାସ ଅଗଷ୍ଟ ୧୨ ତାରିଖ ବାଙ୍କୀ ଥାନା ଅନ୍ତର୍ଗତ ବରଫୁଟର କାଜୁ ଜଙ୍ଗଲ ନିକଟ ଚାରି ଛକ ଠାରେ ଅଙ୍ଗନବାଡି ଦିଦି ଭାରତୀ ଜେନା ଙ୍କୁ ଆକ୍ରମଣ ଘଟଣା ର ନୁଆ ମୋଡ଼ । ଅଙ୍ଗନବାଡି ଦିଦି ଭାରତୀ ଙ୍କ  ପକ୍ଷରୁ ବାଙ୍କୀ ଥାନା ରେ ହୋଇଥିଲା ଏତଲା ।  କେଶ ନମ୍ବର ୨୬୭/୨୪ରେ ମାମଲା ହୋଇଥିଲା ରୁଜୁ । ଏତଲା ରେ ଉଲେଖ ରହିଥିଲା ଆକ୍ରମଣ ଘଟଣା ରେ  ସନ୍ଦେହ ଜନକ ଭାବେ  ପ୍ରଦୀପ୍ତ କୁମାର ସାହୁ ନାମ । ଯାହାଙ୍କ ଘର ବୈଦେଶ୍ଵର ଥାନା ଅନ୍ତର୍ଗତ ପତନୀ  । ଏବେ ସର୍ତ୍ତ ମୂଳକ ଜାମିନ ପାଇବା ପରେ ମୁହଁ ଖୋଲିଛନ୍ତି ଗଣମାଧ୍ୟମ ସମ୍ମୁଖରେ ପ୍ରଦୀପ୍ତ । ଏ ସବୁ ଅଭିଯୋଗ ସ୍ୱତନ୍ତ୍ର ମୋ ବିରୋଧ ଏକ ରହିଥିଲା ଷଡଯନ୍ତ୍ର । ଅଙ୍ଗନବାଡି ଦିଦି ଙ୍କ ଆକ୍ରମଣ ଘଟଣା ରେ ନାହିଁ କୌଣସି ମୋର ଭୂମିକା ଯାହା ଆଜି ସିଧାସଳଖ ଖଣ୍ଡନ କରିଛନ୍ତି ପ୍ରଦୀପ୍ତ । ଏବେ ପ୍ରଦୀପ୍ତ ପାଲଟା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି ଦିଦି ଭାରତୀ ଓ ତାଙ୍କ ବାପା ଅବସରପ୍ରାପ୍ତ ସରକାରୀ ଅଧିକାରୀ ଫକୀର ଚରଣ ଜେନା ଙ୍କ ନାମ ରେ ।  କଳାପଥର ଓ ଧଳାପଥର ହାଇସ୍କୁଲ ଖେଳ ପଡିଆ ରେ ବେଆଇନ ଭାବେ ନିର୍ମାଣ କରିଛନ୍ତି ଘର ଯେଉଁଥିପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନୁରୋଧ କ୍ରମେ ପ୍ରଦୀପ୍ତ ହୋଇଥିଲେ କୁଆଡେ ବେଆଇନ ଘର ଗୁଡିକ ଭାଙ୍ଗିବା ପାଇଁ ହାଇକୋର୍ଟ ର ଦ୍ୱାରସ୍ତ । ଯେଉଁଥିପାଇଁ  ମନେ ମନେ ପ୍ରଦୀପ୍ତ ଙ୍କ ଉପରେ ରାଗ ରେ ଜଳୁଥିଲେ  ଅଙ୍ଗନବାଡି ଦିଦି । ଶେଷରେ ଅଙ୍ଗନବାଡି ଦିଦି ଙ୍କୁ କୁଆଡେ ପ୍ରଦୀପ୍ତ ଆକ୍ରମଣ କରିଛି ବୋଲି ବାଙ୍କୀ ଥାନା ରେ ଦିଆଯାଇଥିଲା ଅଙ୍ଗନବାଡି ଦିଦି ଙ୍କ ପରିବାର ପକ୍ଷରୁ ଏତଲାଯାହା ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହିନ ବୋଲି ଆଜି ଗଣମାଧ୍ୟମ ରେ ସ୍ପଷ୍ଟ କରିଛନ୍ତି ପ୍ରଦୀପ୍ତ ।  ଆଗକୁ ନ୍ୟାୟ ପାଇଁ ଲେଢେଇ ଜାରୀ ରଖିବେ ବୋଲି କହିଛନ୍ତି ପ୍ରଦୀପ୍ତ ।


କଟକ ରୁ ମାନସ କୁମାର ସାହୁଙ୍କ ରିପୋର୍ଟ  ମଣିଭଦ୍ରା ଖବର

Post a Comment

Previous Post Next Post
Header ADS