ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ଉପସ୍ଥାପନ କଲେ
(ମଣିଭଦ୍ରା ଖବର)ବ୍ରହ୍ମପୁର ରେ ଦୀର୍ଘ ୬ ଦିନ ହେଲା ଥିବା ଗଣଧାରଣା ଗତକାଲି ମାନ୍ୟବର ସାଂସଦ , ବିଧାୟକ ଓ ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ଦକ୍ଷିଣ ଓଡ଼ିଶା ମିଳିତ କ୍ରିୟାନୁଷ୍ଠାନ କମିଟି ଧାରଣା କୁ ସାମୟିକ ବିରତି ଦେଇଛି।
ମାନ୍ୟବର ସାଂସଦଙ୍କ ସହାୟତା କ୍ରମେ ଆଜି ଦକ୍ଷିଣ ଓଡ଼ିଶା ରେଳପଥ ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଦାବି ଉପସ୍ଥାପନ କରିପାରିଛି। ତେଣୁ ମାନ୍ୟବର ସାଂସଦ ଙ୍କୁ ମିଳିତ କ୍ରିୟାନୁଷ୍ଠାନ କମିଟି ଅଜସ୍ର କୃତଜ୍ଞତା ଜଣାଇବା ସହ ମିଳିତ କ୍ରିୟାନୁଷ୍ଠାନ କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ସାଂସଦଙ୍କୁ ସ୍ଵାଗତ କରୁଛି।
ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମଧ୍ୟ ଦାବି ଗୁଡ଼ିକ ତୁରନ୍ତ ସମାଧାନ କରିବା ସହ ଆଗାମୀ ଦିନରେ ଦକ୍ଷିଣ ଓଡ଼ିଶାର ରେଳପଥ ବିକାଶ ଲାଗି ମାନ୍ୟବର ରେଳମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସହମତ ଦେଇଛନ୍ତି।
ମାନ୍ୟବର ସାଂସଦ ଆଜି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦାବି ଗୁଡ଼ିକୁ ସଂସଦ ଭବନରେ ଉପସ୍ଥାପନ କରିବା ଏବଂ ନିଶ୍ଚିତ ଭାବେ ରେଳ ପଥର ଉନ୍ନତି କରିବା ସହ ଦକ୍ଷିଣ ଓଡ଼ିଶାର ରେଳ ବିକାଶ ଭିତ୍ତିଭୂମି ତ୍ଵରାନିତ କରିବା ପାଇଁ ପଦକ୍ଷେପ ନେବେ ବୋଲି ଦୋହରାଇଛନ୍ତି।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق