ଚିକିଟିରେ ବଜ୍ରପାତରେ ଜଣେ ମୃତ
ଭୂବନେଶ୍ବର (ମଣିଭଦ୍ରା ଖବର) ଗଞ୍ଜାମ ଜିଲ୍ଲା ଚିକିଟୀ ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଗ୍ରାମରେ ଯୁରିଆ ପ୍ରଧାନ ନାମକ ଏକ ବୃଦ୍ଧ ବ୍ୟକ୍ତି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।ଅପରାହ୍ନରେ ତାଙ୍କ ନିଜ ଜମିରେ ଘାସ ବାଛୁଥିବା ବେଳେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିଲା। ଘନଘନ ଘଡଘଡି ସହ ବଜ୍ରପାତରେ ବୃଦ୍ଧ ବ୍ୟକ୍ତିଙ୍କର ପ୍ରାଣବାୟୁ ଚାଲିଯାଇଥିଲା।ତାଙ୍କ ମୃତ୍ୟୁରେ ଗାଁ ସାରା ଶୋକାକୁଳ ପରିବେଶ ଖେଳି ଯାଇଛି।ତାଙ୍କ ସୁଖ ପରିବାରଟିରେ ଦ୍ଦୁଃଖର ଛାୟା ଆଘାତ ଦେଇଛି। ବୃଦ୍ଧ ହେଲେ ମଧ୍ୟ ପରିବାର ପୋଷଣ ପାଇଁ ଖରା ବର୍ଷାରେ ଖଟି ନିଜ ଜୀବନକୁ ପ୍ରକୃତିର କୋଳକୁ ଅର୍ପଣ କରିଦେଇଛନ୍ତି।ଭଗବାନଙ୍କ ଏହି କଷ୍ଟଦାୟକ ବେଦନା ତାଙ୍କ ପରିବାରଟିକୁ ଛାରଖାର କରି ଦେଇଛି। ପ୍ରଶାସନ ତାଙ୍କ ପରିବାରକୁ କିଛି ସହାୟତା ପ୍ରଦାନ କଲେ ତାଙ୍କ ଦୁଃଖଦ ପରିବାର ଦ୍ଦୁଃଖ ଗୁଜୁରାଣ କରିପାରନ୍ତେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
إرسال تعليق