BREAKING
Loading...
:

ଲେବର କୋଅପରେଟିଭ ସୋସାଇଟିର ବୈଠକ ଅନୁଷ୍ଠିତ

 ଲେବର କୋଅପରେଟିଭ ସୋସାଇଟିର ବୈଠକ ଅନୁଷ୍ଠିତ, ଯୋଗ ଦେଲେ ଜିଲ୍ଲା ପରିଚାଳକ ସଞ୍ଜୟ କୁମାର ମହାପାତ୍ର 



ଗଣିଆ (ମଣିଭଦ୍ରା ଖବର) ରାଜ୍ୟରେ ଗରିବ ଖଟିଖିଆ ମାନଙ୍କ ଆଶାର କିରଣ ସାଜିଛି ଓଡ଼ିଶା ଲେବର କୋଅପରେଟିଭ ସୋସାଇଟି । ନୟାଗଡ଼ ଜିଲ୍ଲାରେ ଏହି କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଗଣିଆ ବ୍ଳକରେ ଏହି କାର୍ଯ୍ୟ ଆଗକୁ ନେବା ପାଇଁ ଗଣିଆ ଶିଶୁ ରାଇଜ ପରିସରରେ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ବାରା ଅନୁମୋଦିତ ଏସଏସ ମାର୍ଟର ସଦସ୍ୟମାନେ ଏହି ବୈଠକରେ ଅଂଶ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ ଦ୍ୱାରା ଅନୁମୋଦିତ ଏସଏସ ମାର୍ଟ ଖୋଲା ଯାଇଥିବା ବେଳେ ଗଣିଆରେ ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆଲୋଚନା କରାଯାଇଥିଲା  । 

ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ପରିଚାଳକ ସଞ୍ଜୟ କୁମାର ମହାପାତ୍ର ଯୋଗ ଦେଇ ଏହି ସୋସାଇଟିର ଆଭିମୁଖ୍ୟ, ଲକ୍ଷ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗଣିଆରେ ଖୁବଶିଘ୍ର ଏହି ସୋସାଇଟି ଆନୁକୁଲ୍ୟରେ ଏସଏସ ମାର୍ଟ ଖୋଲିବାକୁ ଯାଉଥିବାରୁ ଗରୀବ ନିରିହ ଜନସାଧାରଣ ଏହାର ଲାଭ ଉଠାଇ ପାରିବେ ବୋଲି ସେ ବର୍ଣ୍ଣନା କରିଥିଲେ । ଯେଉଁ ମାନେ ଏହି ଏସ ଏସ ମାର୍ଟର ସଦସ୍ୟ ହୋଇଥିବେ ସେମାନେ  ୧୫ ପ୍ରତିଶତରୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ ରାସନ ସାମଗ୍ରୀ କ୍ରୟ କରିପାରିବେ । ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଏହି ମାର୍ଟ ସମ୍ପର୍କରେ ସଚେତନ କରିବାକୁ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସେ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣିଆ ବ୍ଳକ ପରିଚାଳକ ଅଟଳ ବିହାରି ବାଜୁ, ସହକାରୀ ପରିଚାଳକ ଦେବୀ ପ୍ରସାଦ ଦାଶ, ନୂଆଗାଁ ବ୍ଳକ ପରିଚାଳକ ପଙ୍କଜ କୁମାର ସାହୁ, ଭାପୁର ବ୍ଳକ ପରିଚାଳକ,ଗଣିଆ ପଞ୍ଚାୟତ ପିଇଓ ପ୍ରଭାତ କୁମାର ନାୟକ,ଏଫଇଓ ଶୁକ୍ଳାରାଣୀ ଦାସ,ରଶ୍ମିତା ମାହୁନ୍ତ,ଅମିତା ମାହୁନ୍ତ, ବଡସିଲିଙ୍ଗା ପିଇଓ ପ୍ରମୋଦ କୁମାର ମିଶ୍ର, ମୃତ୍ୟୁଞ୍ଜୟ ମହାକୁଡ଼ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS