BREAKING
Loading...
:

ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ

 ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ, ଦେବୀ ମିଶ୍ର କହିଲେ...

ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ କିଏ କରିବ ହଲଚଲ। ଏନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ବଡ଼ ବଡ଼ ନେତା। ଦୁହିଁଙ୍କ ବୟାନ ପରେ ଜୋର ଧରିଲାଣି ଚର୍ଚ୍ଚା। ଭାଜପା ଏମପି ସୁକାନ୍ତ ପାଣିଗ୍ରାହୀ ବିଜେଡିକୁ ଟାର୍ଗଟେ କରି କହିଛନ୍ତି, ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବାକୁ ଯାଉଛି। ବହୁ ବଡ଼ ବଡ଼ ନେତା ଭାଜପାରେ ସାମିଲ ହେବାକୁ ଯାଉଛନ୍ତି।


ଅନ୍ୟପଟେ ସୁକାନ୍ତଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି ଆମ ସହ ବି ଅନେକ ବିଜେପି ନେତା ଯୋଗାଯୋଗରେ ଅଛନ୍ତି । ଆମେ ବିରୋଧୀ ଦଳରେ ଥିଲେ ବି ରାଜ୍ୟର ବିକାଶ ନେଇ କାମ କରୁଛୁ । ତେଣୁ ବିକାଶକୁ ନେଇ ଆଗକୁ ବଡ଼ ହଲଚଲ ହେବ ବୋଲି କହିଛନ୍ତି ଦେବୀ ମିଶ୍ର ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା 

Post a Comment

Previous Post Next Post
Header ADS