BREAKING
Loading...
:

ଢୋଲମରା ବାପୁଜୀ ବିଦ୍ୟାପୀଠ ପରିସର ଜଳାର୍ଣବ

 ଢୋଲମରା ବାପୁଜୀ ବିଦ୍ୟାପୀଠ ପରିସର ଜଳାର୍ଣବ                     


ଖଣ୍ଡପଡ଼ା (ମଣିଭଦ୍ରା ଖବର ) ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଢୋଲମରା ପନ୍ଚାୟତର ବାପୁଜୀ ବିଦ୍ୟାପିଠ ପରିସରରେ ବର୍ଷାଜଳ ପ୍ରବେଶ କରିବା ଦ୍ବାରା ଛାତ୍ରଛାତ୍ରୀ,ଶିଖ୍ୟକ  ଶିଖ୍ୟୟତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଥାଉକି ଗତ କିଛିଦିନ ହେବ ଖଣ୍ଡପଡା ଓ ଆଖପାଖ ଅନ୍ଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ମାରି ଅଚାନକ ବର୍ଷା ଲାଗିରହୁଥିବା କାରଣରୁ ଶିଖ୍ୟକ ଶିଖ୍ୟୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବାହାରକୁ ନଜିବା ପାଇଁ ବାରଣ କରୁଥିବାବେଳେ ବର୍ଷାଜଳ ସ୍କୁଲ୍ ହତା ମଧ୍ୟରେ ପ୍ରବେଶ କରିବା ଦ୍ବାରା ସ୍କୁଲ ପରିବେଶରେ ଆଣ୍ଠୁଏ ଉଚ୍ଚର ପାଣି ଜମାହୋଇ ରହୁଅଛି। ଯାହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟହ୍ନ ଭୋଜନ ପରିବେଶଣ କରିବାରେ ବିଭିର୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଛି।ଏନେଇ ପନ୍ଚାୟତ ସରପନ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କାହାର ଏଥିପ୍ରତି ଦୃଷ୍ଟି ପଡୁନାହିଁ।ବର୍ତମାନ ବିଦ୍ୟାଳୟ ମାନଙ୍କରେ ସୁରଭି ସହିତ ବିଭିର୍ନ ପ୍ରତିଯୋଗିତା ମାନ ଚାଲୁ ରହିଥିବା ବେଳେ ପୋଖରୀର  ରୂପ ନେଇଥିବା ବାପୁଜୀ ବିଦ୍ୟାପିଠ ଏସବୁଥିରୁ ବନ୍ଚିତ   ହେବାନେଇ ସାଧାରଣରେ ଆଲୋଚନା ହେଉଛି।ଏଣୁ ଜିଲାଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରମବାସୀମାନେ ଅନୁରୋଧ କରିଛନ୍ତି।

ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS