BREAKING
Loading...
:

ଟି- ସେତୁରୁ ମଦ ବୋଝେଇ ସ୍କର୍ପିଓ ଗାଡ଼ି ଜବତ

 କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଗୋପିନାଥପୁର ଟି- ସେତୁରୁ  ମଦ ବୋଝେଇ ସ୍କର୍ପିଓ ଗାଡ଼ି ଜବତ........


କଟକ(ମଣିଭଦ୍ରା ଖବର) କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଗୋପିନାଥପୁର ଟି ସେତୁରୁ ମଦ ବୋଝେଇ ସ୍କର୍ପିଓ ଗାଡ଼ି ଜବତ । ଗାଡିରୁ ୧୨ ବସ୍ତା ଦେଶୀ ମଦ ଜବତ। ଗାଡ଼ି ଟି ବଡମ୍ବା ରୁ ବୈଦେଶ୍ୱର ଅଭିମୁଖେ ଯାଉଥିବା ବେଳେ ଗାଡ଼ିର ଡ୍ରାଇଭର ବଡ଼ମ୍ବା ପୋଲିସ୍ ଚେକ୍ ପୋଷ୍ଟ କୁ ଦେଖି ପଛୁଆ ଦୃତ ଗତି ରେ ଖସି ଯିବା କୁ ଚେଷ୍ଟା କରୁଥିବା ବେଳେ ଟି ସେତୁ ଉପରେ ଗାଡ଼ି ପଲଟି ଯାଇଥିଲା।ଗାଡ଼ିରେ ଦୁଇଜଣ ବ୍ୟକ୍ତି ଥିଲେ। ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ୍ ପହଞ୍ଚି ଦୁଇଜଣ ଙ୍କୁ ବଡ଼ମ୍ବା ଡାକ୍ତର ଖାନାରେ ଭର୍ତ୍ତି କରିଛି। ତେବେ ଗାଡ଼ି ନମ୍ବର OR02BH0081କଳା ରଙ୍ଗର ସ୍କର୍ପିଓ। ଗଡ଼ିଟି କୁ ଜବତ କରି ଅଧିକ ତଦନ୍ତ କରିଛି ବଡ଼ମ୍ବା ପୋଲିସ୍।। 


ମାନସ କୁମାର ସାହୁ, କଟକ 

Post a Comment

Previous Post Next Post
Header ADS