BREAKING
Loading...
:

ଯାତାୟାତ ପାଇଁ ବାଜିରେ ଲାଗୁଛି ଜୀବନ

 ଯାତାୟାତ ପାଇଁ ବାଜିରେ ଲାଗୁଛି ଜୀବନ 



ନୂଆଗାଁ (ମଣିଭଦ୍ରା ଖବର) ଯାତାୟାତ ପାଇଁ ଛତ୍ର ଛାତ୍ରୀ ଓ ଗ୍ରାମବାସୀ ଜୀବନ ବାଜୀରେ ଲାଗୁଛି ବଢି ପାଣିରେ ହେଉଛନ୍ତି ନାଳ ପାର।ବର୍ଷ କି ଦୁଇ ବର୍ଷ ନୁହେଁ, ଏଭଳି ଦୀର୍ଘ ବର୍ଷ ଧରି ୧୦ ଗ୍ରାମର ଅଧିବାସୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ଠୁକେଇ ଓ କଳସ ନାଳ। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ପ୍ରଶାସନ କି ନତା ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋୖଣସି ସଫଳ ମିଳିନଥିବାରୁ ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି। ଦଶପଲ୍ଲା ବ୍ଳକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଠାରୁ ଦୋଳମୁଣ୍ଡାଇକୁ ସଂଯୋକ କରିଥିବା ରାସ୍ତା ଠୁକେଇ ଓ କଳସ ନାଳ ରେ  ଯାତାୟାତ ପାଇଁ  ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ନାଳ ଦେଇ ପ୍ରତିଦିନ ଦୋଳମୁଣ୍ଡାଇ,ଭୋଗବାଡି, ବିଜୁଳିବନ୍ଧ,ପରନଜୁ ତପିଡା, ଡହଙ୍ଗି ବାରିଆଝୋଳା ଉପରଭୋଗବାଡି ଗଡାଖମଣ। 

ଆଦିବାସୀ ଗ୍ରାମର ପ୍ରାୟ ୩୦୦ ପରିବାର ଯାତାୟାତ କରିଥାନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ କେନ୍ଦ୍ର କି ଛାତ୍ର ଛାତ୍ରୀ ମାନେ ପାଠପଢିବା ନୂଆଗାଁ ଓ କୁଟିବାଡି ଆସୀଥାନ୍ତି। ହେଲେ ବର୍ଷ ଋତୁ ହେଲେ ନାଳର ବିଭିନ୍ନ ସମସ୍ୟା ଭୋଗୁଛନ୍ତି। ନାଳରେ ଖରସ୍ରୋତା ହେଉଥିବାରୁ ଜୀବନ କୁ ବାଜିରେ ଯାତାୟାତ କରିବାକୁ ପଡୁଛି। ଏହି ନାଳରେ ଏକ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଅଭିଯୋଗ କର ଥକି ଯିବାପରେ ଶେସରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ ଚଳିତବର୍ଷ ବର୍ଷ ରେ  ତାହା ମଧ୍ୟ ଭାସିଗଲା। ଫଳରେ ଜୀବନ କୁ ବାଜିରେ ଲଗାଇ ଏବେ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଯିବାଆସିବା କରିଥାନ୍ତି। ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


ଆକାଶ କୁମାର ନାୟକ, ନୂଆଗାଁ 

Post a Comment

Previous Post Next Post
Header ADS