BREAKING
Loading...
:

ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶ ପୂଜା ପାଳିତ।

 ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶ ପୂଜା ପାଳିତ


ବ୍ରହ୍ମପୁର( ମଣିଭଦ୍ରା ଖବର) ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ଉପଦେଷ୍ଟା ଏହି ପବିତ୍ର ଉତ୍ସବରେ କର୍ତ୍ତା ଭାବେ ଯୋଗ ଦେଇଥିଲେ।ଏହି ପବିତ୍ର ଉତ୍ସବରେ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ଗଣେଶଙ୍କ ଭଜନ ଜଣାଣ ଗାଇ ବିଘ୍ନ ବିନସକଙ୍କ ଆଶିଷ ଲାଭ କରିଥିଲେ। 

ହୋମ ପୁଷ୍ପାଞ୍ଜଳି ଏବଂ ଆଳତୀରେ ଶିଶୁ ବିଦ୍ୟା ମନ୍ଦିର ପରିବେଶ ପବିତ୍ର ହୋଇଯାଇଥିଲା। ପୂଜା ମଣ୍ଡପକୁ ଖୁବ୍ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ଅଗ୍ରପୂଜ୍ୟ ଗଜାନନଙ୍କର ପୂଜାର୍ଚ୍ଚନା କରିଥିଲେ । 

 ଗଞ୍ଜାମ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣିଭଦ୍ରା ଖବର।

Post a Comment

Previous Post Next Post
Header ADS