ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଗଣେଶ ପୂଜା
ଗଣିଆ (ମଣିଭଦ୍ରା ଖବର) ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଡଃ ଆର୍.ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ପ୍ରୟାସ ରେ ଶ୍ରୀ ଗଣପତି ଦେବ ଙ୍କ ପୂଜାଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ଗଣପତି ଦେବ ଙ୍କ ମୃଣ୍ମୟୀ ମୂର୍ତ୍ତୀ ପୁଜା ସହ ନିକଟସ୍ଥ ଗ୍ରାମ ପାଣ୍ଡରାସୀଙ୍ଗା, କଳିଆପଡ଼ା ଓ କିଶୋରପ୍ରସାଦ ରୁ ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ କୀର୍ତ୍ତନ ନାଦ ରେ ପରିବେଶ ଗୁଞ୍ଜରିତ ହୋଇଥିଲା ।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ମଳୟ କୁମାର ପଣ୍ଡା ମହୋଦୟ ପୁଜାଉତ୍ସବ ରେ କର୍ତ୍ତା ଭାବରେ ବସି ସନାତନ ସଂସ୍କୃତିର ବାହକ ଭାବେ ପରିଚୟ ସୃଷ୍ଟିକରିଥିଲେ । ପୂଜା ର ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ପୁଷ୍ପାଞ୍ଜଳୀ ପ୍ରଦାନ କରି ପ୍ରସାଦ ସେବନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ପ୍ରସାଦ ସେବନ ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇ ଉପସ୍ଥିତ ସଜ୍ଜନ ମାନଙ୍କ ମନୋରଞ୍ଜନ କରାଯାଇଥିଲା।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment