ଲିଙ୍ଗରାଜ ମନ୍ଦିର ରାସ୍ତାରେ ଜମି ରହୁଛି ବର୍ଷା ଜଳ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ଗଣିଆ (ମଣିଭଦ୍ରା ଖବର)ଗଣିଆ ବ୍ରାହ୍ମଣ ସାହି ଠାରେ ଥିବା ଲିଙ୍ଗରାଜ ମନ୍ଦିର ରାସ୍ତାରେ ଜମି ରହୁଛି ବର୍ଷା ଜଳ । ସାମାନ୍ୟ ବର୍ଷାରେ ଏହି ରାସ୍ତାରେ ବର୍ଷା ଜଳ ଜମି ରହୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଡ୍ରେନ ଥାଇ ମଧ୍ୟ ସେଠାରେ ଜଳ ନିଷ୍କାସନ ହୋଇପାରୁନାହିଁ । ସେଠାରେ ବାସ କରୁଥିବା ପ୍ରାୟ ୩୦ରୁ ଅଧିକ ଗ୍ରାମବାସୀଙ୍କ ଯାତାୟାତରେ ବାଧା ଉପୁଜୁଛି । ପାଣି ଭିତରେ ପଶି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି । ଏହି ରାସ୍ତା ଦେଇ ଶିବ ମନ୍ଦିରକୁ ଯାଉଥିବା ଭକ୍ତ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏଠାରେ ପାଣି ଜମି ରହିବା ଫଳରେ ମଶା ମାଛିଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । ଡେଙ୍ଗୁ ହେବାର ଆଶଙ୍କା ମଧ୍ୟ ଦେଖାଦେଲାଣି । ଉକ୍ତ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ତେବେ ପ୍ରଶାସନ ଉକ୍ତ ଘଟଣାକୁ ଗୁରୁତର ସହ ବିଚାର କରି ଜମି ରହୁଥିବା ଜଳ କିପରି ନିଷ୍କାସନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
ଦେବୀ ପ୍ରସାଦ ଦାଶ, ଗଣିଆ ନୟାଗଡ
Post a Comment