ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗଣିଆ ୦୯/୦୯(ମଣିଭଦ୍ରା ଖବର) ଗଣିଆ ବଜାର ପରିସରରେ ଚଳିତବର୍ଷ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଜାର କମିଟିର ସ୍ଥାୟୀ ସଭାପତି ଦାଶରଥି ସାହୁ, ଉପସଭାପତି କୁଳମଣି ସାହୁ, ସମ୍ପାଦକ ପ୍ରଭାତ କୁମାର ଦାଶ, ଚିତ୍ତରଞ୍ଜନ ସାହୁ, ଜଗନ୍ନାଥ ଦାଶ,ପ୍ରଦୀପ କୁମାର ମହାପାତ୍ର,ପ୍ରକାଶ କୁମାର ସାହୁ,ଅଟଳ ବିହାରି ରାଉତ, ସନ୍ତୋଷ କୁମାର ବେହେରାଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ । ଦୁର୍ଗାପୂଜା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ସେମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା ।
ଶାନ୍ତି ଶୃଙ୍ଖଳାର ସହିତ ପୂଜା ସମ୍ପାଦନ କରିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଗଣିଆରେ ପୀଠେ ଦଶହରା ହେଉଥିବାରୁ ସପ୍ତମୀ ଠାରୁ ପୂଜାର୍ଚ୍ଚନା ଆରମ୍ଭ ହେବା ସହିତ ଦୁଇ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିରୀକୃତ ହୋଇଥିବା ଜଣାପଡିଛି । ଭସାଣୀ ଉତ୍ସବ ଧୁମଧାମରେ ପାଳନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବ୍ୟବସାୟୀ ମାନେ ସେମାନଙ୍କ ସହାୟତା ରାଶି ପଇଠ କରିବାକୁ ସଭାରେ ଆଲୋଚନା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment