ପୋଖରୀ ରେ ବୁଡ଼ି ପୁଅ ମୃତ,ବାପା ଉଦ୍ଧାର
କଟକ( ମଣିଭଦ୍ରା ଖବର) ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ବିଶ୍ୱଜିତ ଧଳ 35 ବର୍ଷ ଙ୍କର କିଛି ସମୟ ପୂର୍ବରୁ ପୋଖରୀ ବୁଡ଼ି ଅକାଳ ବିୟୋଗ ଘଟି ଯାଇଛି। ବିଶ୍ୱଜିତ ଓ ତାଙ୍କ ବାପା ଦୈତାରୀ ଧଳ ଉଭୟ ଗ୍ରାମ ନିକଟରେ ଥିବା ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବିଶ୍ୱଜିତ ବୁଡ଼ି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ ବାପା ଦୈତାରୀ ଯାଇଥିବା ବେଳେ ଉଭୟ ପୋଖରୀ ରେ ବୁଡ଼ି ଯାଇଥିଲେ ଏହି ସମୟରେ ସେହି ଗ୍ରାମର ସୁନିତା ନାୟକ ସାହାସିକତା ଦେଖାଇ ଉଭୟ ଉଦ୍ଧାର କରିବା ପାଇଁ ପାଣିରେ ପଶିଥିଲେ ଦୈତାରୀ ଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିବା ବେଳେ ବିଶ୍ୱଜିତ ଙ୍କୁ ସେତେବେଳେ କୁ ପାଣିରେ ବୁଡ଼ି ଯାଇଥିଲେ।ପରେ ସୁନିତା ଆସି ଗ୍ରାମରେ କହିବା ପରେ ନମିତା ଧଳ, ଲଳିତା ଧଳ କାହ୍ନା ସାହୁ, ଜୀବନ ନାୟକ ପ୍ରମୁଖ ବହୁ ଖୋଜାଖୋଜି କରିବା ପରେ ପାଣିରୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ନରସିଂହପୁର ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମାନସ କୁମାର ସାହୁ, କଟକ
إرسال تعليق