BREAKING
Loading...
:

ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ

ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ 



 ଗଣିଆ ( ମଣିଭଦ୍ରା ଖବର)ପବିତ୍ର ଗୁରୁ ଦିବସ ଅବସର ରେ ଡଃ ଆର୍.ସି. ସାମନ୍ତରାୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟ ଆନୁକୁଲ୍ୟରେ ସମସ୍ତ ଛାତ୍ର ଛାତ୍ରୀ ଙ୍କ ପ୍ରୟାସ ରେ ଗୁରୁଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଡଃ. ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ପ୍ରତିବିମ୍ବ ସହ ସମସ୍ତ ଗୁରୁଜୀ ଓ ଗୁରୁମା ବୃନ୍ଦଙ୍କୁ ଛାତ୍ର ଛାତ୍ରୀ ମାନେ ବନ୍ଦନା କରିଥିଲେ। 

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ମଳୟ କୁମାର ପଣ୍ଡା ମହୋଦୟ ପିଲାମାନଙ୍କୁ ଗୁରୁ ଦିବସ ର ମାହାତ୍ମ୍ୟ ଓ ସନାତନ ସଂସ୍କୃତିର ଗୁରୁତ୍ଵ ବିଷୟ ରେ ପ୍ରେରଣା ଦେଇଥିଲେ। ଉପାଧ୍ୟକ୍ଷ ମହୋଦୟ ଶ୍ରୀଯୁକ୍ତ ଉମାକାନ୍ତ ବେହେରା ମହୋଦୟ  ପିଲାମାନଙ୍କୁ ଗୁରୁଙ୍କ ମାହାତ୍ମ୍ୟ ସମ୍ବନ୍ଧ ରେ ପ୍ରେରଣା ଦେଇଥିଲେ। ସମ୍ପାଦକ ମହୋଦୟ ଧର୍ମ ସଂସ୍କୃତି କୁ ବଞ୍ଚାଇରଖିବା ପାଇଁ ଆହ୍ବାନ ଦେଇଥିଲେ। 

ପରିଶେଷରେ ଗୁରୁଜୀ ମାନଙ୍କ ମଧ୍ୟରେ ଏକ କ୍ରୀଡ଼ା ପ୍ରତିଯୋଗିତା ର ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ଏବଂ ମିଷ୍ଟାନ୍ନ ବଣ୍ଟନ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ର ଜ୍ୟେଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସୁଚାରୁରୂପେ ସମ୍ପାଦନ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS