ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ସାମିଲ ପାଇଁ ଖୋଲାଖୋଲି ନିର୍ଦ୍ଦେଶ
ମାଲକାନଗିରି (ମଣିଭଦ୍ରା ଖବର) ସରକାରୀ କାର୍ଯ୍ୟକ୍ରମରେ ବିଜେପି ନେତାଙ୍କୁ ସାମିଲ କରିବାକୁ ଜିଲ୍ଲାର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଉଛି ଖୋଲାଖୋଲି ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାଲକାନଗିରିର ଜିଲ୍ଲାପାଳ ଏବଂ ଏସପିଙ୍କୁ ଜାରି ହୋଇଥିବା ଚିଠି ବିଜେପି ସରକାରର ଅସଲ ମୁଖା ଖୋଲି ଦେଇଛି। ଏଥିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ବିଜେପିର ସମସ୍ତ ବିଧାୟକ, ସାଂସଦ ଏବଂ ପାର୍ଟିର ବରିଷ୍ଠ କର୍ମକର୍ତ୍ତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରାଯାଉ । ଏବେ ଏହି ଚିଠିଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବିରୋଧୀମାନେ ଏହି ଘଟଣାକୁ ତିବ୍ର ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି, ଓଡ଼ିଶା
Post a Comment