BREAKING
Loading...
:

ଗ୍ରହରାଜ ୟୁଥ କ୍ଳବର ନୂତନ କର୍ମକର୍ତ୍ତା ଚୟନ

 ଗ୍ରହରାଜ ୟୁଥ କ୍ଳବର ନୂତନ କର୍ମକର୍ତ୍ତା ଚୟନ

ଗଣିଆ( ମଣିଭଦ୍ରା ଖବର)ଗଣିଆ ପଞ୍ଚାୟତ ବାଲିସାହି ଗ୍ରାମରେ ଥିବା ଗ୍ରହରାଜ ୟୁଥ କ୍ଳବର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି କ୍ଳବର ସଦସ୍ୟ ମାନେ ଦୀର୍ଘ ୧୦ ବର୍ଷ ଧରି ବିଭିନ୍ନ ସାମାଜିକ କର୍ମରେ ସାହାର୍ଯ୍ୟ ସହଯୋଗ କରି ଆସୁଛନ୍ତି । ନୂତନ ସଭାପତି ଭାବେ ଦୀପ୍ତି ରଞ୍ଜନ ଦାଶ, ଉପସଭାପତି ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଉପେନ୍ଦ୍ର ପୃଷ୍ଟି,ସହ-ସମ୍ପାଦକ ଚନ୍ଦନ କୁମାର ମିଶ୍ର, କୋଷାଧ୍ୟକ୍ଷ ତ୍ରିଦେବ ନାଥ ବେହେରା, ଉପଦେଷ୍ଟା ନବକିଶୋର ମହାରଣା, ପ୍ରକାଶ କୁମାର ସାହୁ ଏବଂ ନାରାୟଣ ବାରିକଙ୍କୁ ଚୟନ କରାଯାଇଛି । ଆଗକୁ ଦଶହରା ଆସୁଥିବାରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କ୍ଳବର ସଦସ୍ୟମାନେ ଏକତ୍ରିତ ହୋଇ ପୂଜା ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା । ଅକ୍ଟୋବର ୧୫ ତାରିଖରେ ଭସାଣୀ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ଲେଙ୍କା, ସର୍ବେଶ୍ଵର ମିଶ୍ର, ଆଶୁତୋଷ ମିଶ୍ର, ବାପିନ, ଗୁଡୁ, ଅଜୁ, ଦିପୁନା ପ୍ରମୁଖ ଉପସ୍ଥିତ ଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment

Previous Post Next Post
Header ADS