ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ରାଜ୍ୟସ୍ତରୀୟ ଜୟନ୍ତୀ
ଭୁବନେଶ୍ୱର (ମଣିଭଦ୍ରା ଖବର) ଜୟଦେବ ଭବନ ଠାରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ I ସ୍ଵାଧୀନ ଭାରତରେ ଭାରତୀୟ ସାଂସ୍କୃତିକ ବିଚାରଧାରାର ପ୍ରଚାର ପ୍ରସାର କ୍ଷେତ୍ରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଅବଦାନ ଆଜି ବି ଆମକୁ ପ୍ରେରଣା ଦିଏ। ଆଜି ତାଙ୍କର ଚିନ୍ତାଧାରା, ଆଦର୍ଶ ଏବଂ ଏକାତ୍ମ ମାନବବାଦକୁ ସମ୍ମାନ ଜଣାଇ ବିଶ୍ଵର କୋଣଅନୁକୋଣରେ ପହଞ୍ଚାଇବା ଆମର ଉତ୍ତରଦାୟିତ୍ଵ।
ପଣ୍ଡିତ ଦିନଦୟାଲଙ୍କ ବିଚାରଧାରା ଅନ୍ତ୍ୟୋଦୟକୁ ଆଧାର କରି ଆଜି ଆମ ସରକାର ଲୋକଙ୍କ ହିତପାଇଁ କାର୍ଯ୍ୟ କରୁଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏକାତ୍ମ ମାନବବାଦକୁ ଆଧାର କରି 'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ' ମନ୍ତ୍ରରେ ସମାଜର ଶେଷ ଧାଡିର ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ଅନ୍ତ୍ୟୋଦୟର ଲକ୍ଷ୍ୟ ହାସଲ କରାଯାଇଛି।
ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ନିର୍ମାଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ସଫଳତାର ରୂପ ଦେବାପାଇଁ ଆମର ନିରନ୍ତର ପ୍ରୟାସ ଜାରି ରହିଛି। ଜନମଙ୍ଗଳକାରୀ ଲୋକଙ୍କ ସରକାର ସମାଜର ସବୁ ବର୍ଗର ବିକାଶକୁ ଗୁରୁତ୍ଵ ଦେଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଲୋକଙ୍କ ଆଶା, ଆକାଂକ୍ଷାକୁ ସମ୍ମାନ ଜଣାଇ ସମ୍ଭାବନା ଏବଂ ସୁଯୋଗରେ ପରିପୂର୍ଣ୍ଣ ନୂଆ ଓଡ଼ିଶା ଗଠନ ପାଇଁ ଆମେ ଦୃଢସଂକଳ୍ପବଦ୍ଧ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق