କଲିକାତା ଘଟଣାକୁ ନେଇ ଇସ୍ତଫା ଦେଲେ ଟିଏମସି ସାଂସଦ, ମମତାଙ୍କୁ ଦୋଷ ଦେଲେ
(ମଣିଭଦ୍ରା ଖବର) କଲିକତା ଆର.ଜି. କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଜହର ସିରସାର୍। ଏହି କାରଣରୁ ସେ ରାଜ୍ୟ ସଭା ସଦସ୍ୟତା ପଦରୁ ଇସ୍ତଫା ଦେବା ସହିତ ରାଜନୀତି ଛାଡ଼ିଛନ୍ତି। ଏ ନେି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଜଣାଇବା ସହିତ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି।
ରାଜ୍ୟକୁ ରକ୍ଷା କରିବା ଲାଗି କିଛି କରିବାକୁ ସିର୍ସାର ମମତାଙ୍କ ନିକଟରେ ଦାବି କରିଛନ୍ତି। ସିରସାର୍ ମମତାଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ସାଂସଦ ଭାବେ ପଶ୍ଚିମବଙ୍ଗର ସମସ୍ୟା ସଂସଦରେ ଉପସ୍ଥାପନ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ତେଣୁ ମୁଁ ଇସ୍ତଫା ଦେବା ସହିତ ରାଜନୀତି ଛାଡ଼ିବାକୁ ଚାହୁଁଥିବା ନେଇ ଆପଣଙ୍କୁ ଅବଗତ କରାଉଛି। ବିଗତ ଏକ ମାସ ହେବ ଏହି ଘଟଣାରେ ମର୍ମାହତ। ଆପଣ ପୁରୁଣା ମମତା ବାନାର୍ଜୀ ଢଙ୍ଗରେ ଏଥିରେ ସିଧାସଳଖ ହସ୍ତକ୍ଷେପ କରିବେ ବୋଲି ଆଶା ଥିଲା। କିନ୍ତୁ ତାହା ହେଲା ନାହିଁ। ସରକାର ଏବେ ଯାହା ବି ପଦକ୍ଷେପ ନେଉଛନ୍ତି ତାହା ବହୁତ କମ୍ ଏବଂ ଅତ୍ୟନ୍ତ ବିଳମ୍ବିତ। ଯଦି ଦୁର୍ନୀତିଖୋର ଡାକ୍ତର ଏବଂ ପ୍ରଶାସକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଧାରଣ ଅବସ୍ଥା ଫେରିଆସନ୍ତାଣି ବୋଲି ସେ ଲେଖିଛନ୍ତି। ସିରସାର ୨୦୨୧ରେ ଟିଏମସିରେ ଯୋଗଦେଇଥିଲେ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି,ଓଡ଼ିଶା
Post a Comment