BREAKING
Loading...
:

ଆଜିର ତାଜା ଖବର (ମଣିଭଦ୍ରା ଖବର)

 ଆଜିର ତାଜା ଖବର (ମଣିଭଦ୍ରା ଖବର)

ତାରିଖ:୦୪/୦୯/୨୪, ବୁଧବାର 

୧-ବିକଶିତ ଓଡ଼ିଶାର ମୂଳ ଦଣ୍ଡ ହେବ 'ସୁଭଦ୍ରା' ଯୋଜନା: ଉପମୁଖ୍ୟ ମନ୍ତ୍ରୀ 

୨-ଶରତ ଆଣିଛି କାଶତଣ୍ଡୀ ଫୁଲର ସମ୍ଭାର, ମା' ଆସୁଛନ୍ତି ବୋଲି ଦେଉଛି ବାର୍ତ୍ତା।

୩-ଭୁବନେଶ୍ୱର: ରାଜ୍ୟରେ ୪ ହଜାର ମୁହାଁ ଡେଙ୍ଗୁ ରୋଗୀ,ବାର୍ଡ ଫ୍ଲୁ ସ୍ଥିତି ପରଖିବେ କେନ୍ଦ୍ରିୟ ଦଳ।

୪-ରେଭେନ୍ସାରେ କଡାକଡି ହେଲା ନିୟମ, ସନ୍ଧ୍ୟା ପରେ ରେଭେନ୍ସା ଭିତରକୁ ବାହାର ଲୋକଙ୍କୁ ପ୍ରବେଶ ମନା।

୫-ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର:ଖଣିରୁ ନିଜସ୍ଵ ଟିକସ ଆଦାୟ କରିପାରିବନି ରାଜ୍ୟ।

୬-ଓଡିଆ ପୁଅ ପାଇବେ ଜାତୀୟ ହସ୍ତଶିଳ୍ପ ପୁରସ୍କାର, ୨୦୨୩ ବର୍ଷ ପାଇଁ  ମନୋନୀତ ହେଲେ ପଥରଶିଳ୍ପୀ ବ୍ରହ୍ମାନନ୍ଦ ମହାରଣା । 

୭-ରାୟଗଡ଼ା କଲେଜରେ ଅଣଛାତ୍ରଙ୍କ ତୁମୁଳକାଣ୍ଡ, ଭଙ୍ଗାରୁଜା, ଆକ୍ରମଣରେ ୩ ଛାତ୍ର ଆହତ।

୮-'ସୁଭଦ୍ରା’ ପାଇଁ ଆଧାର କେନ୍ଦ୍ରରେ ଜମୁଛି ଭିଡ, ଶୋଷଣର ଶିକାର ସାଜୁଛନ୍ତି ହିତାଧିକାରୀ।

୯-ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା, ୫ ବର୍ଷରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ।

୧୦-ରାଷ୍ଟ୍ରାୟତ ବ୍ୟାଙ୍କରେ ସୁନା ଋଣ ଦୁର୍ନୀତି, ନକଲି ଅଳଙ୍କାର ରଖି ୫୫ ଲକ୍ଷ ଆତ୍ମସାତ୍।

୧୧-ଆରମ୍ଭ ହେଲା ବିଜେପିର ସଦସ୍ୟତା ଗ୍ରହଣ ଅଭିଯାନ, ୧ କୋଟି ସଦସ୍ୟ ସଂଗ୍ରହ ପାଇଁ ଆହ୍ୱାନ।

୧୨-ଅନଲାଇନ୍ ଟ୍ରେଡିଂ ଆପରେ ଫସୁଛନ୍ତି ପାଠୁଆ, ମାଧ୍ୟମ ସାଜିଛି ହ୍ବାଟ୍ସ ଆପ ଓ ଟେଲି ଗ୍ରାମ।

୧୩-ଭୁବନେଶ୍ୱର:ଟ୍ରେନିଂ ପରେ ୬ ଜଣ ଆଇଏଏସ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତ।

୧୪-ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣା ମାମଲା ରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

୧୫-ମାଲକାନଗିରି:ପୋଲିସ ସହ ଗୁଳିବିନିମୟ, ୯ ହାର୍ଡକୋର ମାଓବାଦୀ ମୃତ।

୧୬-ଅଭିନେତା ନିଭିନ ପାଉଲିଙ୍କ ନାମରେ ରୁଜୁ ହୋଇଛି ଯୌନ ନିର୍ଯାତନା ମାମଲା। 

୧୭-ବିସିସିଆଇର ବଡ଼ ଘୋଷଣା, ଅଜୟ ରାତ୍ରା ହେଲେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା।

୧୮-ଆରଜି କର ହସ୍ପିଟାଲରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସିଆଇଏସ୍ଏଫ୍ ଯବାନ:ଗୃହ ମନ୍ତ୍ରଣାଳୟ

୧୯-ପଶ୍ଚିମବଙ୍ଗ ବିଧାନସଭାରେ ଦୁଷ୍କର୍ମ ବିରୋଧୀ ବିଧେୟକ ‘ଅପରାଜିତା ମହିଳା ଓ ଶିଶୁ ବିଲ୍’ ପାରିତ, ସ୍ଵତନ୍ତ୍ର ଅଧିବେଶନରେ ପାରିତ ହେଲା ବିଲ୍, ଦୋଷୀ ସାବ୍ୟସ୍ତ ହେବା ପରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମିଳିବ ମୃତ୍ୟୁ ଦଣ୍ଡ।

୨୦-୨୦୨୫ ଜାନୁୟାରୀରେ ବଜାରକୁ ଆସୁଛି ମାରୁତିର ପ୍ରଥମ ଇଭି କାର୍‌।

୨୧-ପାକିସ୍ତାନକୁ ପୁଣି ହରାଇ ଇତିହାସ ରଚିଲା ବାଂଲାଦେଶ।ବାଂଲାଦେଶ ୨-୦ରେ ହରାଇ ସିରିଜକୁ ମୂଳପୋଛ କରିନେଇଛି।

୨୨-ସାମାନ୍ୟ ବିରତି ପରେ ପୁଣି ରୁଷର କ୍ଷେପଣାସ୍ତ୍ର ମାଡ଼ – ୪୧ ମୃତ।

୨୩-WTC 2025 ଫାଇନାଲ୍ ମ୍ୟାଚ୍‌ରେ ତାରିଖ ଘୋଷଣା, ଜୁନ ୧୧ରୁ ଇଂଲଣ୍ଡର ଲର୍ଡ୍ସରେ  ହେବ ମହାମୁକାବିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS