BREAKING
Loading...
:

ମଣିଭଦ୍ରା ଖବର"ର ମହାପ୍ରଭାବ,ମୁଦୁଲିଗାଡିଆରେ ଦୂର ହେଲା ଜଳସଙ୍କଟ

"ମଣିଭଦ୍ରା ଖବର"ର ମହାପ୍ରଭାବ,ମୁଦୁଲିଗାଡିଆରେ ଦୂର ହେଲା ଜଳସଙ୍କଟ 

ଗଣିଆ (ମଣିଭଦ୍ରା ଖବର) ଛାମୁଣ୍ଡିଆ ପଞ୍ଚାୟତ ମୁଦୁଲିଗାଡିଆ ଗ୍ରାମରେ ପ୍ରାୟ ୧୫୦ରୁ ଅଧିକ ଗ୍ରାମବାସୀ ବାସ କରନ୍ତି । ଗ୍ରାମରେ ଥିବା ଗୋଟିଏ ନଳକୂପ ହିଁ ସେମାନଙ୍କ ପାଇଁ ସାହା ଭରସା । ଉକ୍ତ ନଳକୂପରେ ପ୍ରଶାସନ ତରଫରୁ ମୋଟର ସଂଯୋଗ କରି ସୋଲାର ମାଧ୍ୟମରେ ଜନସାଧାରଣଙ୍କୁ ଜଳ ଯୋଗାଇ ଦିଆଯାଉଥିଲା । ଟ୍ୟାପ ସାହାଯ୍ୟରେ ଜନସାଧାରଣ ପାନୀୟ ଜଳ ସଂଗ୍ରହ କରୁଥିଲେ । ତେବେ ଗତ ୪ ମାସ ହେବ ଉକ୍ତ ନଳକୂପଟି ଅଚଳ ହୋଇ ପଡି ରହିଥିଲା । ଫଳରେ ପାଣିଟୋପେ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ  । ଏ ସମ୍ପର୍କରେ ଗତ ୧ ତାରିଖ ଦିନ "ମଣିଭଦ୍ରା ଖବର "ରେ ପ୍ରଥମେ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶ ହେବା ପରେ ଚଳଚଞ୍ଚଳ ହୋଇପଡିଥିଲା ପ୍ରଶାସନ । ବିଶେଷକରି ବିଡ଼ିଓ ଡଃ ବେବିତା ମଞ୍ଜରୀ ନାୟକ ପାନୀୟ ଜଳ ଯୋଗାଣ ବିଭାଗକୁ ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଧେଶ ଦେଇଥିଲେ । ବୁଧବାର ଉକ୍ତ ନଳକୂପଟିକୁ ମରାମତି କରିବା ପରେ ଜନସାଧାରଣ ସେଥିରୁ ଜଳ ସଂଗ୍ରହ କରିଛନ୍ତି । ଗ୍ରାମବାସୀ ମଣିଭଦ୍ରା ଖବର ଏବଂ ବିଡ଼ିଓଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ ସୋଲାର ମୋଟର ପୋଡ଼ି ଯାଇଥିବାରୁ ଏହାକୁ କାର୍ଯ୍ୟକାରୀ କରାଗଲେ ଗ୍ରାମବାସୀ ଟ୍ୟାପ ଯୋଗେ ଜଳ ପାଇ ପାରିବେ ବୋଲି ଗ୍ରାମବାସୀମାନେ ନିବେଦନ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS