BREAKING
Loading...
:

ଗଣିଆ ଥାନାରେ ଅଫିସର ମରୁଡି, ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ପଡୁ

 ଗଣିଆ ଥାନାରେ ଅଫିସର ମରୁଡି, ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ପଡୁ 

ଗଣିଆ (ମଣିଭଦ୍ରା ଖବର ) ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଏକ ବଣଜଙ୍ଗଲ ଘେରା ତଥା ଅପହଞ୍ଚ ଇଲାକା ଭାବେ ପରିଗଣିତ । ବାଇଶିପଲ୍ଲୀ ଅଭୟାରଣ୍ୟ ମାଓ ପ୍ରବଣ ଅଞ୍ଚଳଭାବେ ବେଶ୍ ଜଣାଶୁଣା । ବ୍ଳକର ଛାମୁଣ୍ଡିଆ ଏବଂ ବଡସିଲିଙ୍ଗା ପଞ୍ଚାୟତ ଅଭୟାରଣ୍ୟ ମଧ୍ୟରେ ଥିବାରୁ କାଠ ମାଫିଆ, ଜଙ୍ଗଲୀ ମାଂସ ବେପାରୀ, ଲୁଟେରା ମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳେ । ବ୍ଳକର ୮ଟି ପଞ୍ଚାୟତର ଲୋକମାନେ ଗଣିଆ ଥାନା ଉପରେ ନିର୍ଭର କରନ୍ତି । ଅନେକ ସମୟରେ ବଡ଼ସିଲିଙ୍ଗା ଠାରେ ଏକ ଫାଣ୍ଡି ନିର୍ମାଣ କରିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ତେବେ ଗଣିଆ ଥାନାରେ ଏବେ ଅଫିସର ମରୁଡି ଦେଖା ଦେଇଥିବାରୁ ଅନେକ ଅସୁବିଧା ହେଉଛି । 

ଏଠାରେ ଜଣେ ଥାନାଧିକାରୀଙ୍କ ସହିତ ୩ ଜଣ ସବ୍ ଇନ୍ସପେକ୍ଟର ଏବଂ ୪ ଜଣ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପଦବୀ ଥିବା ବେଳେ ଥାନା ଅଧିକାରୀଙ୍କୁ ମିଶାଇ  ଜଣେ ସବ୍ ଇନ୍ସପେକ୍ଟର ଆଉ ଜଣେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର କାର୍ଯ୍ୟ କରୁଛନ୍ତି ।  ଅସୁସ୍ଥତା କାରଣରୁ ଜଣେ ସବ୍ ଇନ୍ସପେକ୍ଟର ବର୍ଷେ ହେବ ଛୁଟିରେ ରହିଛନ୍ତି । ଫଳରେ ଥାନା କାର୍ଯ୍ୟରେ ବାଧା ଉପୁଜୁଛି । ଥାନାକୁ ପ୍ରତିଦିନ ଅନେକ ଛୋଟମୋଟ ମାମଲା ଆସୁଥିବା ବେଳେ ପାଟ୍ରୋଲି କରିବା,ମୋଟର ଯାନବାହାନ ଯାଞ୍ଚ କରିବା, ସାପ୍ତାହିକ ହାଟ ପରିଚାଳନା କରିବା, ଥାନା କାର୍ଯ୍ୟ କରିବା ପାଇଁ ଅଫିସର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଥାନାଧିକାରୀ । ଅନେକ ସମୟରେ ଆମ ପୋଲିସ କାର୍ଯ୍ୟକ୍ରମରେ ଉଚ୍ଚ କତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ତେବେ ଉଚ୍ଚ କତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗଣିଆକୁ ଆବଶ୍ୟକୀୟ ଅଫିସର ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS