BREAKING
Loading...
:

ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେଲେ ମହାନଦୀ ପବ୍ଲିକ ସ୍କୁଲର ୩ୟ ଶ୍ରେଣୀ ଛାତ୍ର

 ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହେଲେ ମହାନଦୀ ପବ୍ଲିକ ସ୍କୁଲର ୩ୟ ଶ୍ରେଣୀ ଛାତ୍ର

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକରେ ଥିବା ଏକମାତ୍ର ଇଂରାଜୀ ମିଡିୟମ ସ୍କୁଲ ମହାନଦୀ ପବ୍ଲିକ ସ୍କୁଲର ଜଣେ ୩ୟ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଆଜି ୭୮ ତମ ସ୍ବାଧିନତା ଦିବସ ଅବସରରେ ମହାନଦୀ ପବ୍ଲିକ ସ୍କୁଲର ୩ୟ ଶ୍ରେଣୀ ଛାତ୍ର ଦୁର୍ଗା ପ୍ରସାଦ ରାଉତ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ହାସଲ କରିଛନ୍ତି । ପୁରସ୍କାର ଦେବା ସମୟରେ ଜିଲ୍ଲାପାଳ ଦୁର୍ଗା ପ୍ରସାଦଙ୍କ ସହିତ କିଛି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି । ଗଣିଆ ବ୍ଳକରେ ଖୁବ୍ କମ୍ ଦିନ ଭିତରେ ମହାନଦୀ ପବ୍ଲିକ ସ୍କୁଲ ସଫଳତା ବଜାୟ ରଖିଥିବା ବେଳେ ଆଜିର ଏହି ପୁରସ୍କାର ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ସ୍କୁଲର ସମ୍ପାଦକ ପଙ୍କଜ କୁମାର ସାହୁ ପ୍ରକାଶ କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ ଗଣିଆ ବ୍ଳକରେ ହୋଇଥିବା ପ୍ରତିଯୋଗିତାରେ ସଙ୍ଗୀତ ବିଭାଗରେ ମହାନଦୀ ପବ୍ଲିକ ସ୍କୁଲର ଦୁର୍ଗା ପ୍ରସାଦ ରାଉତ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜଣାପଡିଛି । 


ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS