ମହିଳାଙ୍କ ପାଇଁ ସ୍ବତନ୍ତ୍ର ଛୁଟି ଘୋଷଣା କଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ମଣିଭଦ୍ରା ଖବର) ଏବେ ମାସିକଧର୍ମ ପାଇଁ ରାଜ୍ୟରେ ଗୋଟିଏ ଦିନ ଛୁଟି ମିଳିବ । ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ମାସିକଧର୍ମ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି । କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି । ମାସିକ ଧର୍ମର ପ୍ରଥମ କିମ୍ବା ତୃତୀୟ ଦିନ ଏହି ଛୁଟି ନେଇପାରିବେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment