BREAKING
Loading...
:

ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୫ ମୃତ

 ଦଶପଲ୍ଲାରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୫ ମୃତ

ଦଶପଲ୍ଲା (ମଣିଭଦ୍ରା ଖବର) ବ୍ରହ୍ମପୁରରୁ ବଲାଙ୍ଗୀର ହରିଶଙ୍କର ବୁଲି ଯିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ପିଠାଖାଇ ଘାଟି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଟୁରିଷ୍ଟ ବସ୍। ଡ୍ରାଇଭର୍ ସମେତ ୫ ମୃତ, ୪୫ରୁ ଉର୍ଦ୍ଧ୍ଵ ଆହତ। ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା। ବିଳମ୍ବିତ ରାତି ୧ ଟାରେ ଏହି ଦୁର୍ଘଟଣା ଘଟିଛି।


ସୂଚନା ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ପ୍ରାୟ ୫୫ ଜଣ ଯାତ୍ରୀ ଏକ ବସ୍ ରେ ବଲାଙ୍ଗୀରର ହରିଶଙ୍କର ବୁଲି ଯାଉଥିଲେ। ବିଳମ୍ବିତ ରାତି ୧ ଟାରେ ଖୋର୍ଦ୍ଧା ବଲାଙ୍ଗିର ରାଜପଥର ଟାକେରା ନିକଟ ପିଠାଖାଇ ଘାଟି ନିକଟରେ ବସ୍‌ ଟି ଏକ ବଡ଼ ପଥର ସହ ଧକ୍କା ହୋଇ ରାସ୍ତା କଡକୁ ଓଲଟି ପଡିଛି। ଫଳରେ ଡ୍ରାଇଭର୍ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୪୫ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା ବେଳେ ଆହତଙ୍କୁ ମେଡିକାଲ ପଠାଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଅଛନ୍ତି।

ମୃତକମାନେ ହେଲେ ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଓ ଡ୍ରାଇଭର ପ୍ରବୀଣ ସାହୁ। ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାକି ୪୫ ଆହତ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଖବର ପାଇ ଦଶପଲ୍ଲା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ବସରେ ଥିବା ଆହାତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ତେବେ ଡ୍ରାଇଭରର ବେପରୁଆ ଗାଡିଚାଳନା କିମ୍ବା ମଦ୍ୟପାନ କରି ବସଟି ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ପୋଲିସ ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।
ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS