ସ୍ବାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର
ଦଶପଲ୍ଲା(ମଣିଭଦ୍ରା ଖବର) ଦଶପଲ୍ଲା ବ୍ଳକ୍ ର ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା କଳସାଖମଣ ଗ୍ରାମ ପଞ୍ଚାୟତ ର ଉଲିସାହି ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଏକ ମାଗଣା ସ୍ବାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଦଶପଲ୍ଲାର ଅଗ୍ରଣୀ ଯୁବଗୋଷ୍ଠୀ ସୀତାରାମ ୟୁଥ୍ କ୍ଲବ୍ ଦ୍ଵାରା ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରଫେସର ଜ୍ୟୋତିର୍ମୟୀ ନାୟକ-ଏସ୍ ସି ବି,ଡ଼ା ଅଂଶୁମାନ ରାୟ-ଏମ୍ କେସିଜି,ଡ଼ା ଆଶିଷ ପାତ୍ର-କିମସ୍,ଡ଼ା ସତୀଶ ପ୍ରସାଦ -ସ୍ତ୍ରୀ ରୋଗ ବିଶେଷଜ୍ଞ,ଡ଼ା ବଲଜିତ୍ ସିଂ -ଶିଶୁରୋଗ ବିଶେଷଜ୍ଞ,ଡ଼ା ଜୟରାମ ଗୁପ୍ତା-ଚକ୍ଷୁରୋଗ ବିଶେଷଜ୍ଞ,ଡ଼ା ରାଜିବ ପରିଡା-ଡେଣ୍ଟାଲ ଅଫିସର,ଡ଼ା ବି କେ ଏସ୍ -କଟକ ହସ୍ପିଟାଲ ପ୍ରମୁଖଙ୍କ ତତ୍ବାବଧାନରେ ସ୍ବାସ୍ଥ୍ୟସେବା କରାଯାଇଥିଲା। ଉକ୍ତ ,ଶିବିରରେ ୪ଶହରୁ ଉର୍ଦ୍ଧ୍ବ ରୋଗୀଙ୍କର ମାଗଣାରେ ରୋଗ ଚିହ୍ନଟ କରାଯିବାସହ ଅଉଷଧ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲବ୍ ର ସଭାପତି ସୁଜିତ୍ କୁମାର ପ୍ରଧାନଙ୍କ ସମେତ ଉପଦେଷ୍ଟା ରଘୁନାଥ ସାହୁ, ହାଡିବନ୍ଧୁ ମହାଖୁଡ, ସ୍ବେଚ୍ଛାସେବୀ ଆକାଶ ସାହୁ, ରାଜେନ୍ଦ୍ର ପ୍ରଧାନ,ଆଲୋକ ପୃଷ୍ଟି, ନିତ୍ୟାନନ୍ଦ ନାଏକ ପ୍ରଭୃତି ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦତ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق