BREAKING
Loading...
:

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଧାୟକ ମାଳବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କେବେ ?

 ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଧାୟକ 

                      ମାଳବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କେବେ  ?

ଭୂବନେଶ୍ବର(ମଣିଭଦ୍ରା ଖବର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗଣିଆ ବ୍ଳକର ପତୁରିଆ ଠାରୁ ମଣିଭଦ୍ରା ପର୍ଯ୍ୟନ୍ତ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁଦିନରୁ ନିର୍ମାଣଧୀନ ଥିବା ନଦୀବନ୍ଧର ଅବଶିଷ୍ଟ କାର୍ଯ୍ୟକୁ ସଂପୂର୍ଣ୍ଣ କରି ପ୍ରତ୍ୟେକ ବର୍ଷ ବନ୍ୟାଜଳ ଦ୍ବାରା ପ୍ରଭାବିତ ହେଉଥିବା ଜନସାଧାରଣ ଓ ଚାଷଜମିର ସୁରକ୍ଷା ପାଇଁ ବିଭାଗ ଦ୍ବାରା କ'ଣ ପଦକ୍ଷେପ ଗ୍ରହଣ କରାଯାଇଛି ଓ କେବେ ସୁଦ୍ଧା ଅବଶିଷ୍ଟ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବ ବୋଲିି ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଶ୍ନ କରିଥିଲେ ।

 ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଗଣିଆ ବ୍ଳକରେ ହୋଇଥିବା ମାଳବନ୍ଧ ପାଇଁ ୨୦୦୮_୦୯ ମସିହାରେ ୧୨୭୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ବେଳେ ଜମି ଅଧିଗ୍ରହଣରେ ସମସ୍ୟା ଉପୁଜିଥିବାରୁ ୪୫୮.୮୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଛି । ଅବଶିଷ୍ଟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ବର୍ତ୍ତମାନ ବିଭାଗ ପାଖରେ କୈାଣସି ପ୍ରସ୍ତାବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ଉତ୍ତର ଶୁଣିବା ପରେ ନଦୀବନ୍ଧ କୂଳରେ ରହୁଥିବା ଚାଷୀ ଏବଂ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସୂଚନାଯୋଗ୍ୟ ଯେ ଉପରୋକ୍ତ ମାଳବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନଥିବାରୁ ପ୍ରତିବର୍ଷ ମହାନଦୀରେ ବଢି ଆସିଲେ ଗଣିଆ ବ୍ଳକର ୪ଟି ପଞ୍ଚାୟତର ଶତାଧିକ ଗ୍ରାମ ଜଳମଗ୍ନ ହେଉଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେଉଛି । ନଦୀବଢିରେ ଅନେକ କ୍ଷୟକ୍ଷତି ହେବା ସହିତ ଜନଜୀବନ,ଘର ଦ୍ବାର ଉଜୁଡି ଯାଉଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 



Post a Comment

Previous Post Next Post
Header ADS