BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ, ବୁଲିଲା ଡେଙ୍ଗୁ ରଥ

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ, ବୁଲିଲା ଡେଙ୍ଗୁ ରଥ

ଗଣିଆ(ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ରାସଙ୍ଗ ସରପଞ୍ଚ ମାନସ ମହାକୁଡ଼,କମଳା ମହାରଣା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଡେଙ୍ଗୁ ନିରାକରଣ ପାଇଁ ବିଭାଗୀୟ ଅଧିକାରୀ ମାନେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ନିଜ ଘର ଚାରିପାଖ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ ପାଣି ଜମା ନରଖିବାକୁ ସ୍ବାସ୍ଥ୍ୟ ଅଧିକାରୀ ପରାମର୍ଶ ଦେଇଥିଲେ। ।

 ନିୟମିତ ମଶାରୀ ଟାଙ୍ଗୀ ଶୋଇବା ସହିତ ପୁରା ଦେହକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା ଆବଶ୍ୟକ । ଗୋଡ଼ ହାତ ବିନ୍ଧା ହେବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା ତଥା ଦେହରେ ଲାଲ ଲାଲ୍ ଦାଗ ହେବା ଡେଙ୍ଗୁ ଜ୍ବରର ଲକ୍ଷଣ । ତେଣୁ ଏସବୁ ଦେଖାଦେଲେ ତୁରନ୍ତ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମୀ ତଥା ଡାକ୍ତରଙ୍କ ସହିତ ପରାମର୍ଶ ନେବାକୁ ସ୍ବାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଏହି ଅବସରରେ ଏକ ଡେଙ୍ଗୁ ସଚେତନତା ରଥ ଉଦଘାଟନ କରାଯାଇଥିଲା । ଏହି ରଥ ଗଣିଆ ବ୍ଳକର ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ବୋଲି ଅତିରିକ୍ତ ବିଡ଼ିଓ ପ୍ରକାଶ କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 



Post a Comment

Previous Post Next Post
Header ADS