ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟତରେ ବାଧା, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?
ଗଣିଆ (ମଣିଭଦ୍ରା ଖବର) ମାଳ ମାଳ ସରକାରୀ ଯୋଜନା, ଗାଁ ଗାଁକୁ ପକ୍କା ସଡକ ନିର୍ମାଣର ଡିଣ୍ଡିମ ପ୍ରକୃତରେ କେତେ ଫଳପ୍ରଦ ତାହା ଏବେ ସ୍ପଷ୍ଟ ବାରି ହୋଇପଡୁଛି । ଆବଶ୍ୟକ ସ୍ଥାନରେ ରାସ୍ତା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଅନାବଶ୍ୟକ ସ୍ଥାନରେ ରାସ୍ତା ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଣିଆ ବ୍ଲକ ଅନ୍ତର୍ଗତ ଆଡକଟା ପଞ୍ଚାୟତରେ । ଆଡକଟା ଠାରୁ କେନ୍ଦୁଆବିଡା ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଉକ୍ତ ରାସ୍ତା ରେ ଏତେ କାଦୁଅ ହୋଇଛି ଯେ ଗାଡି ରେ ଜିବା ଦୁର କଥା ଲୋକେ ଚାଲିକି ଯିବା କଷ୍ଟକର ପାଲଟିଛି ।
ଏହି ରାସ୍ତା ଦେଇ ଆଡକଟା ବଜାର, ସ୍କୁଲ, କଲେଜ ଓ ଅଫିସକୁ ଲୋକେ ଯାତାୟାତ କରୁଛନ୍ତି । ବିଶେଷକରି କେନ୍ଦୁଆବିଡା ସ୍କୁଲ ସମ୍ମୁଖରେ ଏହି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ତାହା ଫଟୋରୁ ଜଣାପଡ଼ୁଛି । ପ୍ରତିଦିନ ଏହି ରାସ୍ତାରେ ବିଦ୍ୟାଳୟକୁ ଆସୁଥିବା ଛାତ୍ର ଛାତ୍ରୀ କାଦୁଅ ପଚପଚ ହୋଇ ଘରକୁ ଫେରୁଛନ୍ତି । ଏପରିକି ବାଇକ ଏବଂ ସାଇକେଲରେ ଯାତାୟାତ କରୁଥିବା ଲୋକେ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରଶାସନିକ ଅଧିକାରୀମାନେ ଉକ୍ତ ରାସ୍ତା ଉପରେ ଦୃଷ୍ଟି ଦେବାପାଇଁ ଜନସାଧାରଣ ରେ ଦାବି ହେଉଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق