ଜିଲ୍ଲାପାଳଙ୍କୁ ଭେଟିଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଲୋକପ୍ରତିନିଧି
ଦଶପଲ୍ଲା ( ମଣିଭଦ୍ରା ଖବର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୦୩ ଗୋଟି ବ୍ଲକ ଓ ଏନଏସିର ଅଧ୍ୟକ୍ଷା,ଉପାଧ୍ୟକ୍ଷ,ଜିଲ୍ଲାପରିଷଦ ସଭ୍ୟ,ସଭ୍ୟା ଓ ସରପଞ୍ଚ, ସମିତିସଭ୍ୟ,ସଭ୍ୟା ମାନେ ନୟାଗଡର ନୂତନ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲଙ୍କୁ ଭେଟିଥିବା ଜଣାପଡିଛି । ସମସ୍ତ ଲୋକପ୍ରତିନିଧି ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ବିଧାୟକ ଦଶପଲ୍ଲା ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସହିତ ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଦଶପଲ୍ଲା ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ନୂଆଗାଁ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ୩ଟି ବ୍ଳକର ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ । ନିଜ ନିଜର ବ୍ଳକ ଏବଂ ଏନଏସି ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସହାୟତାର ହାତ ବଢାଇବେ ବୋଲି ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق