ଘୁମୁସର ଲେଖିକା ସଂସଦର ବର୍ଷା କବିତା ଆସର
ବୁଗୁଡ଼ା (ଜ୍ୟୋତି ରଞ୍ଜନ ଗୈାଡ) ସ୍ଥାନୀୟ ସଦ୍ଗୁରୁ ଜରାଶ୍ରମ ଠାରେ ଘୁମୁସର ଲେଖିକା ସଂସଦ ର ସଭାପତି ରୀତାରାଣୀ ମହାପାତ୍ରଙ୍କ ସଭାପତିତ୍ବରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର କର୍ମକର୍ତ୍ତା କଳ୍ପନା କୁମାରୀ ପ୍ରଧାନ,ଆରତୀ ସେଠୀ ,ମୋନାଲିସା ମିଶ୍ର ଓ ସୁଜାତା ଷଡ଼ଙ୍ଗୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟିକ ଗୌରୀପତି ଦାଶ ଉଦ୍ଘାଟନ କରିଥିବାବେଳେ ସମ୍ପାଦିକା ଡ଼ଃ.ନଳିନୀପ୍ରଭା ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ. ବ୍ରଜକିଶୋର ପାଢ଼ୀ, ମୁଖ୍ୟବକ୍ତା ଶିକ୍ଷାବିତ୍ ଅନନ୍ତ କର ସମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ରଘୁନାଥ ସାହୁ ଏବଂ ସମ୍ମାନିତ ବକ୍ତାଭାବେ ଶିକ୍ଷାବିତ୍ ବିଭୂତି ଭୂଷଣ ମିଶ୍ର ଯୋଗଦାନ କରିଥିଲେ ।ଲେଖିକା ସଂସଦ ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଭାତୀ ମଞ୍ଜରୀ ବେହେରା ମଞ୍ଚ ପରିଚାଳନା କରିଥିଲେ ।ମୋନାଲିସା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କଳ୍ପନା କୁମାରୀ ପ୍ରଧାନ, ଶ୍ୱେତସ୍ୱିନୀ ପଣ୍ଡା କବିତା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଭିନ୍ନ ମୂଲ୍ୟବାନ ବୃକ୍ଷରୋପଣ କରାଯାଇଥିଲା । ଜରା ଆଶ୍ରମ ରେ ରହିଥିବା ଅନ୍ତେଃବାସୀଙ୍କୁ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ପ୍ରଦାନ କରାଯାଇଥିଲା । ସଂସଦର ସମସ୍ତ ସଦସ୍ୟା ବର୍ଷା ସମ୍ବନ୍ଧୀୟ ବିଭିନ୍ନ କବିତା ଗାନ କରିଥିବା ବେଳେ ବୁଗୁଡ଼ା ଅଞ୍ଚଳ ରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର କବିତା ପଠନ କରିଥିଲେ । କବିତା ପଠନ ପରିସମାପ୍ତି ପରେ ସମସ୍ତ କବି ଓ କବୟିତ୍ରୀ ଙ୍କୁ ମାନପତ୍ର ଓ ପୁସ୍ତକ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ପ୍ରାଚୀନ କବି ଗଣଙ୍କ ବର୍ଷା ସମ୍ବନ୍ଧୀୟ ବିଭିନ୍ନ କବିତାର ଉତ୍କର୍ଷତା ଆଲୋଚନା କରିବା ସହିତ ବୃକ୍ଷରୋପଣ ର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଉଦଯାପିତ ସଂଗୀତ ରଜନୀ ସେଠୀ ଗାନ କରିଥିଲେ ।।ପରିଶେଷ ରେ ସୁଜାତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
ମଣିଭଦ୍ରା ଖବର
إرسال تعليق