BREAKING
Loading...
:

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍ଜାପିତ

 ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍ଜାପିତ 

ଦଶପଲ୍ଲା (ମଣିଭଦ୍ରା ଖବର) କୁରାଳ,ଓଡ଼ଗାଁ  ସ୍ଥାନୀୟ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍ ଯାପନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । କୁରାଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ବିଜନ ପାଇକରାଏ ସମ୍ମାନିତ ଅତିଥିଭାବେ ଯୋଗଦେଇ ସଂସ୍କୃତ ଭାଷା ମାନବବାଦର ଭାଷା ପ୍ରଥା ପରମ୍ପରା କୁ ପୁନରୁଜ୍ଜୀବିତ କରିବାର ଭାଷା ତଥା ସଂସ୍କାର ସଂପନ୍ନ ବ୍ୟକ୍ତିତ୍ବ ନିର୍ମାଣ କରିବାର ଭାଷା ବୋଲି ବକ୍ତବ୍ଯ ରଖିଥିଲେ ।ତଥା ମଣିନାଗଦୁର୍ଗା ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଡା. ନିଳିମା ନନ୍ଦ ସମସ୍ତ ବିଦ୍ୟାର୍ଥୀଙ୍କୁ ସସ୍କୃତଭାଷା ଜନନୀର ସେବାକାରୀ ସୈନିକ ବୋଲି ଅଭିହିତ କରିଥିଲେ । ଭାଷାର ପ୍ରଚାର ପ୍ରସାରରେ ରାଷ୍ଟ୍ରୀୟ ଏକତା ଭାତୃତ୍ବ ପ୍ରତିଷ୍ଠା ହୋଇପାରିବ ବୋଲି ସେ ମତ ଉପସ୍ଥାପନ କରିଥିଲେ ।ଏହି ଉତ୍ସବରେ ବରିଷ୍ଠ ଆଇନଜୀବୀ ,ସମାଜସେବୀ ତଥା କୁଇଜମାଷ୍ଟର ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ସଂସ୍କୃତ ଭାଷା ମାନବବାଦର ଭାଷା ବୋଲି ବକ୍ତବ୍ଯ ରଖିଥିଲେ। ଆମ ସଂସ୍କୃତିକୁ ଦୃଢ଼ କରିବା ପାଇଁ ଏହି ଭାଷାକୁ ରାଷ୍ଟ୍ରୀୟଭାଷାର ମର୍ଯ୍ୟାଦା ଦେବାକୁ ସେ ଆଶା ପୋଷଣ କରିଥିଲେ ।ଆଶା ରଖିଥିଲେ । ମହାବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ ଭାବଗ୍ରାହୀ କରଙ୍କ ସଭାପତିତ୍ବରେ ପରିଚାଳିତ ଏହି ସଭାକୁ ସାଂସ୍କୃତିକ ବିଭାଗ ଅଧ୍ଯାପକ ବିଜୟାନନ୍ଦ ଶତପଥୀ ମଞ୍ଚ ସଂଯୋଜନା କରିଥିଲେ ।ପରିଶେଷରେ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମିଷ୍ଟାନ୍ନ ବଣ୍ଟନକରାଯାଇ ସଭା ସାଙ୍ଗ କରାଯାଇଥିଲା ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

Previous Post Next Post
Header ADS