BREAKING
Loading...
:

ଆଜିର ତାଜା ଖବର (ମଣିଭଦ୍ରା ଖବର)

  ଆଜିର ତାଜା ଖବର (ମଣିଭଦ୍ରା ଖବର)

ତାରିଖ:୨୮/୦୮/୨୪, ବୁଧବାର 

୧-‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା,ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅ ବି ହେବେ ସାମିଲ।

୨-ସୁଭଦ୍ରା ଯୋଜନାରେ ବିଜେପି ମହିଳାଙ୍କୁ ଠକୁଛି, ସୁଭଦ୍ରା ଏକ ଘରଭଙ୍ଗା ଯୋଜନା: ବିଜେଡ଼ି।

୩-ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ,ଆସନ୍ତା  ସେପ୍ଟେମ୍ବର ୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।

୪-ଜାତୀୟ ପୁରସ୍କାର ପାଇଁ ୨ ଓଡ଼ିଆ ଶିକ୍ଷକ ମନୋନୀତ:ସନ୍ତୋଷ କୁମାର କର ଓ ଦ୍ବିତି ଚନ୍ଦ୍ର ସାହୁ।

୫-ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ମମତା ମହାନ୍ତ।

୬-ରାଜଧାନୀରେ ଭଙ୍ଗାଯିବ ୧୯୧ଟି ଆପାର୍ଟମେଣ୍ଟ:ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

୭-ଭୁବନେଶ୍ୱର:୧୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସମ୍ଭାବନା।୩୦ରେ କୋରାପୁଟ ଓ ମାଲକାନାଗିରିରେ ହେବ ପ୍ରବଳ ବର୍ଷା।

୮-ଭିଜିଲାନ୍ସ ଜାଲରେ ଫସିଲେ କୋଟଗଡ଼ ଥାନା  ଏଏସଆଇ, ଗଣ୍ଡଗୋଳ ମାମଲା ରଫାଦଫା କରିବାକୁ ନେଉଥିଲେ ଲାଞ୍ଚ।

୯-୭୮ ହଜାର ୯୧୯ ସରକାରୀ ପଦବୀ ପୂରଣ ହେବ : ରାଜ୍ୟ ସରକାର।

୧୦-କାମାକ୍ଷାନଗର:ସ୍କୁଲ ଭିତରେ ଆଣ୍ଠୁଏ ପାଣି, ବିଇଓଙ୍କୁ ମଇଳା ପାଣିରେ ଚଲାଇ ଅଭିଭାବକଙ୍କ ପ୍ରତିବାଦ।

୧୧-ନୂଆ ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡ଼ିଓ,ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଛି ବିଚାରାଧୀନ।

୧୨-ବାର୍ଡ-ଫ୍ଲୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପିପିଲି ଓ ସତ୍ୟବାଦୀରେ ଜୋରଦାର ପ୍ରୟାସ, ସଂକ୍ରମିତ ଅଞ୍ଚଳରୁ ୪ର୍ଥ ଦିନରେ ମରାଗଲା ୨୩୮୪ ବ୍ରଏଲର ଓ ୧୫୪ ଦେଶୀ କୁକୁଡା।

୧୩-+୩ରେ ଫାଙ୍କା ପଡ଼ିଛି ଲକ୍ଷେ ସିଟ୍, ସରୁନି ନାମଲେଖା ପ୍ରକ୍ରିୟା; ଏପଟେ ଆରମ୍ଭ ହେଲାଣି ପାଠପଢ଼ା।

୧୪-ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ମା'ଙ୍କ ପାଇଁ ଚାଲିଛି ମାଟି ଅନୁକୂଳ।

୧୫-ଖୋର୍ଦ୍ଧା ମୁକୁନ୍ଦପ୍ରସାଦରେ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ।

୧୬-ନୂଆ ଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକସ୍ ଆଜିଠୁ ଆରଂଭ,ଭାରତରୁ ୮୪ ଜଣ ଆଥଲେଟ୍ ଭାଗ ନେବେ।

୧୭-ତାତିଲା ବିଜେପି, ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ।

୧୮-୨୩ ଲକ୍ଷ କର୍ମଚାରୀଙ୍କୁ ଉପକୃତ କରିବ ୟୁନିଫାଏଡ୍ ପେନସନ୍ ସ୍କିମ୍।

୧୯-କୋଲକାତାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ବିଜେପି ଅଧ୍ୟକ୍ଷ ନଡ୍ଡା।

୨୦-ବିହାରରେ ବନ୍ୟା, ୮ଟି ବ୍ଲକ ପ୍ରଭାବିତ,ପାଟଣା ଜିଲ୍ଲାରେ ୭୬ଟି ସ୍କୁଲ ବନ୍ଦ।

୨୧-ବର୍ଷାରେ ବେହାଲ ଉତ୍ତରଭାରତ । ଭାସୁଛି ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ, ୩ ରାଜ୍ୟକୁ ୩ ପାଇଁ  ଆଲର୍ଟ।

୨୨-ସୁପ୍ରିମକୋର୍ଟଙ୍କ ଜାତୀୟ ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ, ଆରମ୍ଭ ହେଲା ଏନଟିଏଫକୁ ପରାମର୍ଶ ପୋର୍ଟାଲ।

୨୩-ବିଶ୍ୱ କ୍ରିକେଟ ଉପରେ ଏବେ ରାଜ କରିବେ ଜୟ ଶାହ, ନିର୍ବିରୋଧରେ ICC ଅଧ୍ୟକ୍ଷ ନିର୍ବାଚିତ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS