ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ସରସ୍ଵତୀ ଶିଶୁ ମନ୍ଦିରରେ ସୋମ ବାର ଦିନ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ରୂପେ ଭାର ପ୍ରାପ୍ତ ଅଧିକାରୀ,ଗଣିଆ ଥାନା ର ଶ୍ରୀଯୁକ୍ତ ଲକ୍ଷ୍ମଣ ଦଣ୍ଡସେନା ମହୋଦୟ ଯୋଗ ଦେଇଥିଲେ । ଉକ୍ତ ଦିନର ବିଶେଷତ୍ଵ ଭଉଣୀ,ଭାଇ ହାତରେ ରାଖି ବାନ୍ଧି ତାର ପ୍ରତି ଟି ମୁହୂର୍ତ୍ତରେ ଭାଇ ଯେପରି ତାର ରକ୍ଷା କବଚ ହୋଇ ରହିବ ଏହା ଉପରେ ସେ ମାର୍ଗ ଦର୍ଶନ ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ନିଶା ନିବାରଣ ଉପରେ ସଂକ୍ଷେପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଆଜିର ଶିକ୍ଷିତ ଯୁବକ କିପରି ନିଶା ସେବନ କରି ଅଶିକ୍ଷିତ ଓ ଅସଭ୍ୟ ବ୍ୟବହାର ପ୍ରଦର୍ଶନ କରନ୍ତି ।
ଏହା ପରେ ଶିଶୁ ମନ୍ଦିର ର କୁନି କୁନି ଛାତ୍ର/ଛାତ୍ରୀ ମାନେ ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ଓ ଅମ୍ଳଜାନ କିପରି ସଠିକ୍ ପରିମାଣରେ ମିଳିବ ସେଥି ପାଇଁ ଗଛ ରେ ରାଖି ବାନ୍ଧି ଶିଶୁ ମନ୍ଦିରର କୁନି କୁନି ଶିଶୁ ଭାଇ/ଭଉଣୀ ମାନେ ରକ୍ଷା ବନ୍ଧନ ପର୍ବ ଟିକୁ ପାଳନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ବସନ୍ତ କୁମାର ସାହୁ ,ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ମହାପାତ୍ର ,ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ଅନ୍ୟ ଗୁରୁଜୀ,ଗୁରୁମା , ଶିଶୁ ଭାଈ/ଭଉଣୀ ଯୋଗଦେଇଥିଲେ ।
إرسال تعليق