BREAKING
Loading...
:

ନିର୍ମାଣର ୬ ମାସ ନପୁରୁଣୁ ଦବିଲା ପିଚୁ ରାସ୍ତା

 ନିର୍ମାଣର ୬ ମାସ ନପୁରୁଣୁ ଦବିଲା ପିଚୁ ରାସ୍ତା 

ଭଞ୍ଜନଗର(ମଣିଭଦ୍ରା ଖବର) ନିର୍ମାଣର ୬ ମାସ ନପୁରୁଣୁ ଦବିଲା ପିଚୁ ରାସ୍ତା । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମାଳବାରି-ରାଇପଲ୍ଲୀ ରାସ୍ତାର ବଡ ନଦୀ ଉପରେ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ହାଇଲେଭଲ ସେତୁ ନିର୍ମାଣ ହୋଇଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଉଦଘାଟନ ହୋଇଥିଲା। ତେବେ ଏହାର ୬ ମାସ ନ ହେଉଣୁ ସେତୁ ଉପରେ ଛୋଟ ଗାତ ଦେଖାଗଲାଣି। ଏଥିସହ ସେତୁକୁ ଲାଗି ହୋଇଥିବା ପିଚୁ ରୋଡର ଉଭୟ ପାର୍ଶ୍ଵ ଦବି ଗଲାଣି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ରାସ୍ତାରେ ପ୍ରତି ଦିନ ଶ଼ହ ଶହ ଗାଡି ମୋଟର ଯିବା ଆସିବା କରୁଥିବା ବେଳେ ଛୋଟମୋଟ ଦୁର୍ଘଟଣା ଲାଗି ରହୁଛି । ଦବି ଯାଇଥିବା ଉକ୍ତ ରାସ୍ତା ତୁରନ୍ତ  ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । 

ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS