BREAKING
Loading...
:

ବୟସ ୭୦ ସାଙ୍ଗକୁ ୮୮ ପ୍ରତିଶତ ଭିନ୍ନକ୍ଷମ ଥାଇ ମଧ୍ୟ ମିଳୁନି ଭତ୍ତା

 ବୟସ ୭୦ ସାଙ୍ଗକୁ ୮୮ ପ୍ରତିଶତ ଭିନ୍ନକ୍ଷମ ଥାଇ ମଧ୍ୟ ମିଳୁନି ଭତ୍ତା

 (ମଣିଭଦ୍ରା ଖବର) ବୃଦ୍ଧ, ଭିନ୍ନକ୍ଷମ,ବିଧବା ମାନଙ୍କ ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି । ଯାହା ଫଳରେ ଉପରୋକ୍ତ ବ୍ୟକ୍ତିମାନେ ଉପକୃତ ହୋଇପାରିବେ । ଅଭାବ ଅନଟନ ସମୟରେ ଏହି ଭତ୍ତା ଟଙ୍କା ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବ । ସରକାରଙ୍କ ଏହି ଜନହିତକର ଯୋଜନା ବାସ୍ତବରେ କେତେ କାର୍ଯ୍ୟ କରୁଛି ତାହା ଆଲୋଚନାର ବିଷୟ । କିଛି କୁଜି ନେତା ତଥା ଅପାରଗ ଅଧିକାରୀଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେଉଛି କିମ୍ବା ଅଦରକାରୀ ଲୋକଙ୍କ ହାତ ମୁଠାରେ ରହୁଛି । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପ୍ରକୃତରେ ଭତ୍ତା ପାଇବାକୁ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।  ଆମେ ଏଠାରେ ଏମିତି ଜଣେ ମହିଳାଙ୍କର କଥା ଉପସ୍ଥାପନା କରିବୁ ଯାହାର ବୟସ ୭୦ ସାଙ୍ଗକୁ ୮୮ ପ୍ରତିଶତ ଭିନ୍ନକ୍ଷମ ତଥାପି ସେ ଭତ୍ତା ପାଇବାରୁ ବଞ୍ଚିତ । ମହିଳା ଜଣକ ଚଢେୟାପଲ୍ଲୀ ତଇଲାସାହି ଗ୍ରାମର ଶଶି ଗୁରୁ ବୋଲି ଜଣାପଡିଛି । ୮୦ ପ୍ରତିଶତରୁ ଅଧୂକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲିି ନୂତନ ସରକାର ଘୋଷଣା କରିଥିବା ବେଳେ ଶଶି ଙ୍କୁ ଏହି ଟଙ୍କା କେବେ ମିଳିବ ?  ସେ ଜଣେ ଗରୀବ ନିରିହ ଅସହାୟ ମହିଳା ହୋଇଥିବାରୁ ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS