ପିଠାପୁର ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ଗଞ୍ଜାମ (ମଣିଭଦ୍ରା ଖବର)୭୮ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହର୍ ଘର୍ ତିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟ ସଭାପତି ଶ୍ରୀ ନାରାୟଣ ନାହାକ, ଶିକ୍ଷକ ଶ୍ରୀ ରଞ୍ଜୀତ କୁମାର ସେଠୀ ଓ ଶ୍ରୀ ରାମଚନ୍ଦ୍ର ବେହେରା, ଗଙ୍ଗାପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଝୁନୁ ସେଠୀ, ସମିତିସଭ୍ୟା ଶ୍ରୀମତୀ ଚଞ୍ଚଳୀ ନାହାକ, ପିଠାପୁର ୱାର୍ଡମେମ୍ବର ଶ୍ରୀ ଅନ୍ତର୍ଯ୍ୟାମି ନାହାକ, ସମାଜସେବୀ ଶ୍ରୀ ଭୋବନୀ ନାହାକ ଓ ଶ୍ରୀ କିରଣ କୁମାର ସେଠୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମର ବହୁ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ I ଗ୍ରାମ ପରିକ୍ରମା ସହିତ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଯାଇ ଦେଶପ୍ରେମରେ ଅଭିମନ୍ତ୍ରିତ କରଯାଇଥିଲା I
ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ
إرسال تعليق