BREAKING
Loading...
:

ପିଠାପୁର ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

 ପିଠାପୁର ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 

ଗଞ୍ଜାମ (ମଣିଭଦ୍ରା ଖବର)୭୮ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହର୍ ଘର୍ ତିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟ ସଭାପତି ଶ୍ରୀ ନାରାୟଣ ନାହାକ,  ଶିକ୍ଷକ ଶ୍ରୀ ରଞ୍ଜୀତ କୁମାର ସେଠୀ ଓ ଶ୍ରୀ ରାମଚନ୍ଦ୍ର ବେହେରା, ଗଙ୍ଗାପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଝୁନୁ ସେଠୀ, ସମିତିସଭ୍ୟା ଶ୍ରୀମତୀ ଚଞ୍ଚଳୀ ନାହାକ, ପିଠାପୁର ୱାର୍ଡମେମ୍ବର ଶ୍ରୀ ଅନ୍ତର୍ଯ୍ୟାମି ନାହାକ, ସମାଜସେବୀ ଶ୍ରୀ ଭୋବନୀ ନାହାକ ଓ ଶ୍ରୀ କିରଣ କୁମାର ସେଠୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମର ବହୁ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ I ଗ୍ରାମ ପରିକ୍ରମା ସହିତ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରାଯାଇ ଦେଶପ୍ରେମରେ ଅଭିମନ୍ତ୍ରିତ କରଯାଇଥିଲା I

ଜ୍ୟୋତି ରଞ୍ଜନ ଗୈାଡ, ଗଞ୍ଜାମ 

Post a Comment

Previous Post Next Post
Header ADS