BREAKING
Loading...
:

ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ରତାପାଟରେ ସାଂସଦ ଓ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

 ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ରତାପାଟରେ ସାଂସଦ ଓ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଡମ୍ବା  (ମାନସ କୁମାର ସାହୁ) ଏବଂ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ରତାପାଟ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କଟକ ସାଂସଦ ଭର୍ତ୍ତୣହରି ମହତାବ ଓ ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କୁ ସ୍ବାଗତ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରଧାନ ଶିକ୍ଷକ ବିଜୟ କୁମାର ଛତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠତ ସମ୍ବର୍ଦ୍ଧନା ସଭାରେ ସାଂସଦ ଓ ବିଧାୟକଙ୍କ ସହିତ ସମାଜସେବୀ ବିଭୁଦତ୍ତ ପଟ୍ଟନାୟକ, ମନେlଜ କୁମାର ପଣ୍ଡା, ଆଇନଜୀବି ସନ୍ତେlଷ କୁମାର ବେହେରା, ପ୍ରସନ କୁମାର ପ୍ରଧାନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ-ସଭ୍ୟା, ପୁରାତନ ଛାତ୍ର-ଛାତ୍ରୀ, ବର୍ତ୍ତମାନର ଛାତ୍ର-ଛାତ୍ରୀମାନଙ୍କ ପିତାମାତା ଉପସ୍ଥିତ ରହିଥିଲେ l ବିଦ୍ୟାଳୟ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଶିକ୍ଷା ଓ ଶିକ୍ଷାୟତନର ବିକାଶ ପାଈଁ ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଓ ବିଧାୟକ ଉଭୟେ ନିଜ ନିଜ ବକ୍ତବ୍ୟ ରେ କହିଥିଲେ l ପୁରାତନ ଛାତ୍ର ସଂସଦର ସଭାପତି  ଅଶୋକ କୁମାର ଧଳ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ, ଶିକ୍ଷକ ସମୀର କୁମାର ରାଉତ ବେଦ ପାଠ କରିଥିଲେ l ଶିକ୍ଷକ ନେତା କଳିଙ୍ଗ କେଶରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ମଣିଭଦ୍ରା ଖବର 


Post a Comment

أحدث أقدم
Header ADS