BREAKING
Loading...
:

ଡ଼ାକ ଚୌପାଲ୍ (ଆର୍ଥୀକ ସାକ୍ଷରତା) କାର୍ଯ୍ୟକ୍ରମ ଅନୁଷ୍ଠିତ

 ଡ଼ାକ ଚୌପାଲ୍ (ଆର୍ଥୀକ ସାକ୍ଷରତା) କାର୍ଯ୍ୟକ୍ରମ ଅନୁଷ୍ଠିତ ।





ଗଞ୍ଜାମ, (ମଣିଭଦ୍ରା ଖବର) କବିସୂର୍ଯ୍ୟ ନଗର ବ୍ଳକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ଶାଖା ଡାକଘର ଠାରେ ଆର୍ଥିକ ଶହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଆସିକା ଡାକ ମଣ୍ଡଳର ଅଧିକ୍ଷକ ଶ୍ରୀମତୀ କିରଣବାଳା ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ  ଆସିକା ପୂର୍ବ ମଣ୍ଡଳର ନିରିକ୍ଷକ ଶ୍ରୀଯୁକ୍ତ ଶଶି ରଞ୍ଜନ ସିଂ ଏବଂ ଦୁଇ ଯୋଦ୍ଧା ଓଭରସିୟର୍ ପ୍ରଦ୍ୟୁମ୍ନ କୁମାର ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ଭଞ୍ଜ ବୁଗୁଡ଼ା ବ୍ଳକ ଅନ୍ତର୍ଗତ ମାଣିତରା ଠାରୁ ଆରମ୍ଭ କରି ଘୋଡ଼ା ପଲ୍ଲାଣ ପର୍ଯ୍ୟନ୍ତ ପ୍ରତ୍ୟେକ ଶାଖା ଡାକଘରର କର୍ମଚାରୀଙ୍କ ଉପସ୍ଥିତ ଦାୟିତ୍ଵ ତୁଲାଇଥିଲେ। ସେମାନେ ନିଜର ମଧୁର ଭାଷା ଓ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ଦେଇ ଶଭା କାର୍ଯ୍ୟ ଆରମ୍ଭ କରିବାରେ ସହଯୋଗ କରିଥିଲେ। ଦକ୍ଷ ପାରଦର୍ଶିତା ଶ୍ରୀଯୁକ୍ତ ଦୀପକ ରଞ୍ଜନ ପାଣିଗ୍ରାହୀ (D.O.P.L.I) ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଥିବା ଗ୍ରାମବାସୀ ଓ କର୍ମଚାରୀମାନଙ୍କୁ ଡାକ ବିଭାଗର ସମସ୍ତ ବ୍ୟବସାୟ ଉପରେ ଆଲୋକପାତ କରିଥିଲେ। ଏବଂ କୃଷ୍ଣଚନ୍ଦ୍ର ନାୟକ (I.P.P.B) ମ୍ୟାନେଜର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମଧ୍ୟ କୃଷକ ମାନଙ୍କୁ ବିମା ଓ ପ୍ରିମିୟମ ଆକାଉଣ୍ଟ ଉପରେ ଆଲୋକପାତ କରିଥିଲେ। ଅତ୍ୟଧିକ ବ୍ୟବସାୟ କରିଥିବା ଖୋଳଖାଳି ଶାଖା ଡ଼ାକପାଳ ରୁଦ୍ରନାରାୟଣ ପୋଲାଇଙ୍କୁ ଶ୍ରୀମତୀ କିରଣବାଳା ପଣ୍ଡା ପୁରସ୍କୃତ କରିଥିଲେ। ଅନ୍ୟ ଡାକ ଶାଖାପଳଙ୍କୁ ଶଶି ରଞ୍ଜନ ସିଂ ପୁରସ୍କୃତ କରିଥିଲେ। ଅତ୍ୟଧିକ ବ୍ୟବସାୟ ହେଇଥିବାରୁ ଦୁଇ ଓଭରସିୟର୍ ଙ୍କୁ। ମିଷ୍ଠ ଭାଷାରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାକାର୍ଯ୍ୟ ସମାପନ ହୋଇଥିଲା। ପରିଶେଷରେ ଦୀପକ ରଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ ଜ୍ୟୋତି ରଞ୍ଜନ ଗୈାଡ ଗଞ୍ଜାମ 

Post a Comment

Previous Post Next Post
Header ADS