ମହିଳାଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ଖଣ୍ଡପଡ଼ା (ମଣିଭଦ୍ରା ଖବର) କଣ୍ଟିଲୋ ନିକଟ କମେଇ ନଦୀରୁ ଅଚିହ୍ନା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କଲା ଫତେଗଡ ପୋଲିସ । ମହିଳାଙ୍କ ପରିଚୟ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ରହସ୍ୟ ପାଲଟିଛି । ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଖଣ୍ଡପଡ଼ା ମଣିଭଦ୍ରା ଖବର
Post a Comment