BREAKING
Loading...
:

ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ " ବନ୍ଦେ ମାତରଂ " ଆୟୋଜିତ

 ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ " ବନ୍ଦେ ମାତରଂ " ଆୟୋଜିତ 

ଦେଶାତ୍ମବୋଧକ ନୃତ୍ୟ ଓ ସଂଗୀତରେ କମ୍ପିଲା ଟାଉନ ହଲ 

ବ୍ରହ୍ମପୁର( ମଣିଭଦ୍ରା ଖବର)ସ୍ଥାନୀୟ ଟାଉନ ହଲଠାରେ ସଂସ୍କୃତିଧର୍ମୀ ପତ୍ରିକା  'ଅଭିନୟ ଜଗତ' ଆୟୋଜିତ ଓ ପ୍ରେସିଡେନ୍ସି ମହାବିଦ୍ୟାଳୟ ସହଯୋଗ ରେ ଦେଶର ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ " ବନ୍ଦେ ମାତରଂ " ଅନୁଷ୍ଠିତ ହୋଇସାରିଛି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦଘାଟକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଦେଶ ପାଇଁ ପ୍ରାଣବଳି ଦେଇଥିବା ସହୀଦମାନଙ୍କୁ ସ୍ମରଣ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗଦେଇ ଆୟୋଜକ ମାନଙ୍କୁ ସାଧୁବାଦ ଦେଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ lବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା  ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ନାଳନ୍ଦାଶ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାଳୀ ଚରଣ ସାହୁ ବିଶିଷ୍ଠ ଅତିଥି ଭାବେ ଯୋଗ ଦେଇଥିଲେ l ଉପଦେଷ୍ଟା ଖ୍ୟାତନାମା ମଞ୍ଚ ଉପସ୍ଥାପକ ହୃଷିକେଶ ପାଣିଗ୍ରାହୀ ମଂଚାସୀନ ଥିବାବେଳେ ପ୍ରେସିଡେନ୍ସି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଶ୍ରୀନିବାସ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଅଭିନୟ ଜଗତର ସମ୍ପାଦକ ଡ ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ  ଅଭିନୟ ଜଗତର ପରିଚାଳକ ରବୀନ୍ଦ୍ର କୁମାର ମଞ୍ଚlସୀନ ଥିଲେ l ଏହି ଅବସରରେ ଶ୍ରୀ ତ୍ରିପାଠୀଙ୍କ ରଚିତ ନାଟ୍ୟ ପୁସ୍ତକ " କିଛି ଖରାପ ଭବେବେନି ଓ ଅନ୍ୟାନ୍ୟ ନାଟକ ପୁସ୍ତକ ଉନ୍ମୋଚନ କରାଯାଇଥିଲା l ନୃତ୍ୟ ନିର୍ଦ୍ଦେଶିକା ଉଷାରଣୀ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ନାଟ୍ୟକାର, ନିର୍ଦ୍ଦେଶକ ଓ ଗୀତିକାର ବିପିନ ମହାପାତ୍ର ଓ ଅବସରର ପ୍ରାପ୍ତ ସମରିକ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କୁ ଏବଂ ବ୍ରହ୍ମପୁର ସାମ୍ବାଦିକ ସଙ୍ଘର ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତା - ସଭାପତି - ଅଶୋକ କୁମାର ବ୍ରହ୍ମା, ଉପସଭାପତି - ଅଭୟ ପାଢ଼ୀ, ସମ୍ପାଦକ - ପ୍ରହଲ୍ଲାଦ ସାହୁ, ସହ ସମ୍ପାଦକ - ଗୋପାଳ ରେଡ୍ଡୀ ଓ କ୍ରୋଷାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ୧୭ ଟି  ଶିକ୍ଷା ଓ ନୃତ୍ୟ ଅନୁଷ୍ଠାନରୁ ୧୫୦ ଜଣ ଛାତ୍ର/ଛାତ୍ରୀ ଦଳଗତ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିବା ବେଳେ ସୁଦିପ ସାହୁ, ନବ କିଶୋର ମହାପାତ୍ର, ସାର୍ଥକ ପାଢ଼ୀ, ଅନନ୍ୟା ପାଢ଼ୀ ଓ ମଧୁସ୍ମିତା ସଂଗୀତ ପରିବେଷଣ କରିଥିଲେ l ଅନିଲ କୁମାର ପାତ୍ର, ନାରାୟଣ ମାହାଙ୍କୁଡ, ବିଶ୍ୱନାଥ ପଟନାୟକ, କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ଟି ଆପ୍ପା ରାଓ, ସୁଜ୍ଞାନୀ ଆଚାର୍ଯ୍ୟ ପ୍ରମୁଖ ମଞ୍ଚସୀନ ରହି ସହଯୋଗ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଶ୍ରୀ ଦିଶା ସାହୁ ସଂଯୋଜନା କରିଥିଲେ l


 ବ୍ରହ୍ମପୁର ରୁ ଜିଲ୍ଲା ପ୍ରତିନିଧି ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ମଣି ଭଦ୍ରା ଖବର।

Post a Comment

Previous Post Next Post
Header ADS